ରାଜପଥ କଡ଼ରେ ଅନେକ ବର୍ଷ ହେବ ଖୋଳା ହୋଇ ପଡ଼ି ରହିଛି ବୋରୱେଲ

ଫୁଲବାଣୀ/ଖଜୁରୀପଡ଼ା : ବର୍ଷ ବର୍ଷ ଧରି ମୁକୁଳା ହୋଇ ପଡ଼ି ରହିଛି ଏହି ଅଚଳ ହୋଇଥିବା ବୋରୱେଲ।ହେଲେ ଏଥିପ୍ରତି ସମସ୍ତଙ୍କ ଦୃଷ୍ଟି ପଡ଼ୁଥିଲେ ମଧ୍ୟ ଆଶଙ୍କା କାହାରି ମନ ଭିତରେ ଉଠୁନଥିଲା।କିନ୍ତୁ ଛତିଶଗଡ଼ର ଚାମ୍ପାରେ ଘଟିଥିବା ୧୦ବର୍ଷର ଶିଶୁ ରାହୁଲର ଘଟଣା ପରେ ଏବେ ଏହି ମୁକୁଳା ପଡ଼ି ରହିଥିବା ବୋରୱେଲକୁ ନେଇ ସମସ୍ତଙ୍କ ମନଭିତରେ ଚାଲିଛି ନାନା କଳ୍ପନା ଜଳ୍ପନା। ସୂଚନା ଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ରାଣୀପଥର ଗ୍ରାମ ନିକଟସ୍ଥ ବାଘିଆଣ୍ଟ ଠାରେ ଜାତୀୟ ରାଜପଥ କଡ଼ରେ ଅନେକ ବର୍ଷ ହେବ ଖୋଳା ହୋଇ ଅଚଳ ହେବାରୁ ପରିତ୍ୟକ୍ତ ଭାବେ ମୁକୁଳା ହୋଇ ପଡ଼ି ରହିଛି ଏହି ବୋରୱେଲ କୂପ।ହେଲେ ଏହାକୁ କିଏ ଖୋଳି ଥିଲା କାହିଁକି ଖୋଳିଥିଲା ଯାହାକୁ ପଚାରିଲେ ମଧ୍ୟ କେହିହେଲେ ସ୍ପଷ୍ଟ ଭାବେ କହି ପାରୁନଥିବାବେଳେ ଏହି ଆଖପାଖ ଦେଇ ପ୍ରତି ମୁହୂର୍ତ୍ତରେ ଛୋଟ ପିଲାଛୁଆ ଯିବା ଆସିବା କରୁଥିବା ସହିତ ଛୋଟ ଛୋଟ ଛେଳି ଛୁଆ ମଧ୍ୟ ଚରାବୁଲା କରୁଛନ୍ତି।କେତେବେଳେ ଯେ କିଛି ଅଘଟଣ ଘଟିବ ନାହିଁ ବୋଲି କହିବନାହିଁ।କାରଣ ଛତିଶଗଡ଼ ଚାମ୍ପାରେ ରାହୁଲ ଶିଶୁର ଘଟଣାକୁ ଭାବିଲେ ହୃଦୟକୁ ହଲଚଲ କରି ପକାଉଛି।ଏହି ଘଟଣା ସମଗ୍ର ଭାରତବର୍ଷରେ ଚହଳ ପକାଇଦେଇଛି ସେଭଳି ଭାଗ୍ୟବାନ ଶିଶୁ ହୋଇଥିବାରୁ ରାହୁଲ ପୁନର୍ଜନ୍ମ ତାକୁ ମିଳିଛି NDRF ଟିମ ଭଗବାନଙ୍କ ଶକ୍ତି ପ୍ରୟୋଗ କରି ରାହୁଲକୁ ସେହି ବୋରୱେଲ ଭିତରୁ ଉଦ୍ଧାର କରି ସମଗ୍ର ଭାରତରେ ରେକର୍ଡ ସୃଷ୍ଟି କରିଛନ୍ତି।ହେଲେ ଏଠାରେ ସେଭଳି ଘଟଣା ନଘଟିବାକୁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେବି ଏହାକୁ ଦେଖିଲାପରେ ମନରେ ନିଶ୍ଚିତ ଭାବେ ଆଶଙ୍କା ସୃଷ୍ଟି ହେଉଛି ।ତେଣୁ ପ୍ରଶାସନକୁ ଅନୁରୋଧ କରାଯାଇଛି ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ବିଚାରକୁ ନେବାକୁ ସାଧାରଣରେ ଦାବି ହେଉଛି।

nis-ad
Leave A Reply

Your email address will not be published.