ଇଞ୍ଜିନିଅରିଙ୍ଗ ସ୍କୁଲ ଛକରେ ସିରିଜ ଚୋରି ମାମଲା ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଇଞ୍ଜିନିୟରିଂ ସ୍କୁଲ ଛକରେ ଲଗାତାର ସିରିଜ ଚୋରି ଘଟଣାର ଦୁଇ ଅଭିଯୁକ୍ତଙ୍କୁ ବିଏନ ପୁର ଥାନା ପୁଲିସ ଗିରଫ କରିଛି l ସେମାନେ ହେଲେ ବିରେନ ସାହୁ ଏବଂ ତାଙ୍କ ସହଯୋଗୀ ସିମାଞ୍ଚଳ ସାହୁ l ବିରେନ ର ଘର ଇଂଜିନିୟରିଂ ସ୍କୁଲ ଛକ ରେ ଚୋରି ହୋଇଥିବା ସାହିଲ ଏଜେନ୍ସି ପାଖରେ ହୋଇଥିବା ବେଳେ, ସେ ଏହି ଦୋକାନ ରେ ବହୁତ ଦିନ ତଳେ କାମ ମଧ୍ୟ୍ୟ କରୁଥିଵା ଜଣା ପଡିଛି l ଗିରଫ ଅଭିଯୁକ୍ତଙ୍କ ଠାରୁ ଚୋରି ସାମଗ୍ରୀ ମଧ୍ୟ ଜବତ ହୋଇଛି l
ସୂଚନାନୁଯାୟୀ ଗତ ମାସ 27 ତାରିଖ ରାତିରେ ଇଂଜିନିଅରିଙ୍ଗ ସ୍କୁଲ ଛକ ନିକଟ ରେ ଏକସଙ୍ଗେ ତିନିଟି ଦୋକାନରୁ ଚୋରି ହୋଇଥିଲା l ପୁଣି ଗତ 12 ତାରିଖ ରେ ସେହି ଛକନିକଟରେ ଆପୋଲୋ ଫାର୍ମାସିଷ୍ଟ ମେଡ଼ିସିନ ଷ୍ଟୋର ଏବଂ ସାହିଲ agency ନାମକ ଦୁଇଟି ଦୋକାନରୁ ପୁଣି ଚୋରି ହୋଇଥିଲା l ଏଭଳି ଗୋଟିଏ ସ୍ଥାନରେ ଦୁଇଟି ଲଗାତାର ସିରିଜ ଚୋରି ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଥିଲା l ଏପରିକି ଦୋକାନୀମାନେ ଏସପି ଙ୍କୁ ମଧ୍ୟ ଫେରାଦ ହୋଇଥିଲେ l ବ୍ରହ୍ମପୁର ଏସ ପି ଡ଼କ୍ଟର ଶ୍ରବଣ ବିବେକ ନିଜେ ଏହି ଚୋରି ଘଟଣାକୁ ଗୁରୁତ୍ୱ ଦେଇ ଚୋରଙ୍କୁ ଧରିବାପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ l ଉକ୍ତ ଅଞ୍ଚଳ ରେ ଥିବା କିଛି ଛୋଟ ବଡ ଚୋର ଙ୍କ ଉପରେ ନଜ଼ର ରଖିବା ପାଇଁ ଥାନା ଅଧିକାରୀ ଙ୍କୁ କହିଥିଲେ l ଥାନା ଅଧିକାରୀ ରାମ କୁମାର ମୁର୍ମୁ ଙ୍କ ନେତୃତ୍ୱ ରେ ଏସ ଆଇ ବିଭୁତି ଭୂଷଣ ସେଠି,ଏସ ଆଇ ଅଞ୍ଜଳି ବେହେରା, ଏସ ଆଇ ମୀନାକ୍ଷୀ ଦଳ ବେହେରା, ଏ ଏସ ଆଇ ଗିରି ଗୋବର୍ଧନ ଜେନା ଏବଂ ତାଙ୍କ ଟିମ ଙ୍କ ଦ୍ଵାରା ଅଭିଯୁକ୍ତ କୁ ଖୋଜି ବାହାର କରିବାରେ ସକ୍ଷମ ହୋଇଛନ୍ତି l ଅଭିଯୁକ୍ତ ବିରେନ ସାହିଲ ଏଜେନ୍ସି ରେ ପୂର୍ବରୁ କାମ କରୁଥିବା ବେଳେ ଛାଡିବା ପରେ ଏହି ଭଳି ଚୋରି କରିଥିବା ଜେରା ବେଳେ ସ୍ୱୀକାର କରିଛି l ତା ସହଯୋଗୀ ସିମାଞ୍ଚଳ ର ଘର ଆଙ୍କୁଲ୍ଲୀ ଅଞ୍ଚଳ ରେ ଥିବା ବେଳେ ସେ ଚୋରି ଘଟଣା ପରେ ଭୁବନେଶ୍ୱର ଚାଲିଯାଇଥିଲା l ବିରେନ କୁ ପଚରା ଉଚରା କରିବା ପରେ ବୈଦ୍ୟନାଥପୁର ଥାନା ପୋଲିସ ଭୁବନେଶ୍ୱର ଯାଇ ସେଇଠାରୁ ସିମାଞ୍ଚଳ କୁ କାବୁ କରି ଥାନା କୁ ଆଣିଥିବା ବେଳେ ସେମାନେ ସେଇ ଅଞ୍ଚଳ ରୁ ଦୁଇ ଥର ଚୋରି କରିଥିବା ପୋଲିସ କୁ କହିଥିଲେ ଏବଂ ସେମାନଙ୍କ ଠାରୁ ବହୁତ ଚୋରି ସାମଗ୍ରୀ ସହ ପ୍ରାୟ 13ହଜ଼ାର ଟଙ୍କା ଜବତ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଚୋରି ଅଭିଯୋଗ ରେ ଆଜି କୋର୍ଟ ଚାଲାଣ କରାଯାଇଛି l

nis-ad
Leave A Reply

Your email address will not be published.