ଉମରକୋଟ ୪ନଂ ଦର୍ଗାଗୁଡା ଡିଏନକେ ଗ୍ରାମରେ କଙ୍ଗାରୁ ଶାସନ…!!

ଉମରକୋଟ : ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ୪ ନଂ ଦର୍ଗାଗୁଡା ଡିଏନକେ ଗ୍ରାମରେ । ସୂଚନା ପ୍ରକାରେ ୨୩ ନଂ ଡିଏନକେ ଅଞ୍ଚଲା ଗ୍ରାମର ଜିତୁ ମଣ୍ଡଳ (୨୧ ବର୍ଷ) ଓ ତାଙ୍କ ଭଉଣୀ ଚୁମକି ମଣ୍ଡଳ ସେମାନଙ୍କ ବଡ଼ ବାବା ଗୋଲକ ମଣ୍ଡଳ (୬୨ ବର୍ଷ) ଓ ବଡ଼ ମା ଶ୍ରୀମତି ମଣ୍ଡଳ (୫୫ ବର୍ଷ)ଙ୍କ ଦେହ ଖରାପ ଅଛି ଖବର ପାଇ ଦେଖିବାକୁ ଗତ ୫ ତାରିଖ ଦିନ ଆସିଥିଲେ । ତେବେ ସେମାନଙ୍କ ଆସିବାକୁ ବିରୋଧ କରି ଆନୁମାନିକ ସନ୍ଧ୍ୟା ୬ ଘଣ୍ଟା ସମୟରେ ପରିମଳ ମଣ୍ଡଳ (୫୨ ବର୍ଷ ) ଓ ତାର ସହିତ ସୁନିତା ମଣ୍ଡଳ ଏବଂ ପ୍ରସେଞ୍ଜିତ ମଣ୍ଡଳ, ଗୋଲକ ମଣ୍ଡଳଙ୍କ ଘରେ ପଶି ତୁମ ଘରକୁ ଏମାନେ କାହିଁକି ଆସିଛନ୍ତି କହି ଅତର୍କିତ ଭାବେ ଅଶ୍ଳୀଳ ଭାଷାରେ ବଡ ଭାଇ ଓ ବଡ ଭାଉଜଙ୍କୁ ଗାଳିଦେଇଥିଲେ | ଏଥି ସହିତ ଗୋଲକ ଓ ଶ୍ରୀମତୀଙ୍କ ବିବାହିତ ଝିଅ ଶିଖା ଫୌଜଦାର (୨୬ ବର୍ଷ) ଙ୍କ ଉପରେ ବାଡ଼ି,ଠେଙ୍ଗା ଓ କାତି ଧରି ଆକ୍ରମଣ କରିବା ଆରମ୍ଭ କରିଦେଲେ। ଗୋଲକ ମଣ୍ଡଳ ଓ ତାର ପରିବାରର ବଞ୍ଚାଓ ବଞ୍ଚାଓ ଚିତ୍କାର ଶୁଣି ଆଖ ପାଖ ପଡିଶା ଘରର ସମସ୍ତେ ଦୌଡ଼ି ଯାଇ ଦୁଇ ପକ୍ଷକୁ ଗଣ୍ଡଗୋଳରୁ ମୁକ୍ତ କରିଥିଲେ।

ଏହା ପରେ ଝିଅ ଶିଖା କାନ୍ଦି କାନ୍ଦି ୪ ନଂ ଗ୍ରାମର ପଲ୍ଲୀ ମଙ୍ଗଳ କମିଟିରେ ଘଟଣା ବିଷୟରେ ଅଭିଯୋଗ କରିଥିଲେ | ତେବେ କମିଟିର ସଦସ୍ୟମାନେ ଓଲଟା ଗୋଲକ ମଣ୍ଡଲର ପରିବାରକୁ ଧମକାଇବା ସହ ଗ୍ରାମରେ ବାସନ୍ଦ କରାଯିବ ବୋଲି ଧମକାଇଥିଲେ | ଗଣ୍ଡଗୋଳରେ ଶିଖାର ମା ଆହତ ହୋଇଥିବାରୁ ତାଙ୍କୁ ନିକଟସ୍ଥ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ୟ ଗ୍ରାମ୍ୟ ଲୋକଙ୍କ ସହଯୋଗରେ ଚିକିତ୍ସା କରିବାକୁ ନେଇଥିଲେ କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପୋଲିସ ଇନ୍ଫୋରମେସନ ନ କଲେ ଚିକିତ୍ସା କରି ହେବ ନାହିଁ ମନା କରିବାରୁ ଶିଖା ବାଧ୍ୟ ହୋଇ ପରିମଳ ମଣ୍ଡଳ, ସୁନିତା ମଣ୍ଡଳ ଓ ପ୍ରସେଞ୍ଜିତ ମଣ୍ଡଳଙ୍କ ନାମରେ ଏକ ଲିଖିତ ଅଭିଯୋଗ ଉମରକୋଟ ଥାନାରେ କରିଥିଲେ।

ତା ପରଦିନ ଗ୍ରାମରେ ପଲ୍ଲୀ ମଙ୍ଗଳ କମିଟି ଦ୍ୱାରା ଗୋଲକ ମଣ୍ଡଳ ଓ ତାର ଝିଅର ବିଚାର ହେବ ବୋଲି କମିଟି ମିଟିଂ କରି ଶିଖାକୁ କେତେକ ମୁଷ୍ଟିମେୟ କମିଟି ସଦସ୍ୟ ଧମକାଇବା ସହ ତମେ କାହିଁକି ଥାନାରେ ଯାଇ ରିପୋର୍ଟ କଲୋ ତାହା କୁହ ବୋଲି କହିଥିଲେ | ଏଥିସହିତ ତମେ ଆମ ଗ୍ରାମରେ କାହିଁକି ଅଛ ଓ ଜିତୁ ମଣ୍ଡଳ, ଚୁମକି ମଣ୍ଡଳ ତମ ଘରକୁ କାହିଁକି ଆସୁଛନ୍ତି କହି ମିଟିଂ ରେ ଧମକାଇଥିଲେ|

ତେବେ ପ୍ରଶ୍ନଉଠୁଛି ଏକ ସ୍ୱାମୀ ପରିତ୍ୟକ୍ତା ଝିଅକୁ ମିଟିଂକୁ ଡାକି ଏଭଳି କଡା କଥା କହିବା, ତାର ମାନ ଇଜ୍ଜତ ଉପରେ ଆଞ୍ଚ ଆସିଲା ପରି କଥା କେତେଦୂର ଆଇନ ସମ୍ମତ ? ତାର ଅସୁସ୍ଥ ମା ଓ ବାବାଙ୍କୁ ମଧ୍ୟ ମିଟିଂକୁ ଡାକିବାକୁ କମିଟିର ନିର୍ଦିଷ୍ଟ କେତେଜଣ ଯାଇ ତାଙ୍କ ଘର କବାଟ ବାଡେଇଥିଲେ | କବାଟ ନ ଖୋଲିଲେ ଦରୱାଜ଼ା ଭାଙ୍ଗି ଘର ଭିତରେ ପଶିବୁ ଏହା ଦେଖି ଭୟଭୀତ ହୋଇ ଗୋଲକ ମଣ୍ଡଳ ଉମରକୋଟ ଥାନାରେ ଫୋନ କରି ସବୁ କହିବାରୁ ସଙ୍ଗେ ସଙ୍ଗେ ପୋଲିସ ଗାଡ଼ି କାଳ ବିଳମ୍ଭ ନ କରି ଗ୍ରାମରେ ଆସିଥିଲେ | ପୋଲିସ ଗାଡିକୁ ଦେଖି ଗୋଲକ ମଣ୍ଡଳ ଘରକୁ ଆସିଥିବା ସମସ୍ତେ ସେ ସ୍ଥାନ ଛାଡ଼ି ପଳେଇଥିଲେ। ତାପରେ କିଛି ମୁଷ୍ଟିମେୟ କମିଟି ସଦସ୍ୟ ଗୋଲକ ମଣ୍ଡଳଙ୍କୁ ବାସନ୍ଦ କରିବାର ନିଷ୍ପତି ନେଇଥିଲେ | ଉମରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ଶିଖା ଫୌଜଦାରଙ୍କ ଲିଖିତ ଅଭିଯୋଗକୁ ଗୁରୁତର ସହ ନେଇ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ୨୯୬,୭୪,୧୧୫(୨), ୩୫୧(୨), ୧୨୬(୨)ଓ ୩(୫) ରେ ଏକ କେସ ରୁଜୁ କରି ଦୋଷୀକୁ ଦଣ୍ଡିତ କରିବା ପାଇଁ ଅଧିକରୁ ଅଧିକ ତତ୍ତ୍ୱ ସଂଗ୍ରହ କରିବାକୁ ଅନୁସନ୍ଧାନ ଜାରି ରଖିଛନ୍ତି।

nis-ad
Leave A Reply

Your email address will not be published.