ମେଡିକାଲ କଲେଜ ଖେଳପଡିଆ ନିକଟରୁ ଲୁଟ ମାମଲା, ଧରା ପଡିଲେ ତିନି ଲୁଟେରା

ବ୍ରହ୍ମପୁର : ଏମକେସିଜି ମେଡିକାଲ କଲେଜ ଖେଳ ପଡ଼ିଆ ନିକଟରୁ ଗତ ୧୨ ତାରିଖ ଭୋରରେ ହୋଇଥିବା ଏକ ଲୁଟ ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସକୁ ବଡ ସଫଳତା ମିଳିଛି l ତିନି ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ପିଂକୁଲୁ ମହାରଣା , ଅମିତ କୁମାର ମହାନ୍ତି ଏବଂ ରାଜ ମହାନ୍ତି l ସେମାନଙ୍କ ପାଖରୁ ଚୋରି ହୋଇଥିବା ଗୋଟିଏ ମୋବାଇଲ ଫୋନ ସହ କିଛି ଟଙ୍କା ମଧ୍ୟ ଜବତ ହୋଇଛି l
ସୂଚନା ଅନୁଯାୟୀ ଗତ ଜୁନ ୧୨ ତାରିଖରେ ସୁକାନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତି ରାୟଗଡା ଠାରୁ ବ୍ରହ୍ମପୁର OSRTC ବସ ରେ ଆସି ଭୋର 4 ଟା ରେ ନୂଆ ବସଷ୍ଟାଣ୍ଡ ଠାରେ ପହଁଞ୍ଚିଥିଲେ l ସେଠାରୁ ମେଡିକାଲ କୋଲନୀ ରେ ତାଙ୍କ ଶଶୁର ଘର ହେଇଥିବାରୁ ସେ ବଡ ମେଡିକାଲ ର ଦ୍ୱିତୀୟ ଫାଟକ ଦେଇ ଚାଲି ଚାଲି ଯାଉଥିବା ସମୟରେ, ଖେଳ ପଡିଆ ପାଖରେ ଗୋଟିଏ Yamaha rx100 ମୋଟର ସାଇକେଲ ରେ ତିନି ଅଭିଯୁକ୍ତ ଆସି ତାଙ୍କୁ ଅଟକାଇ ଥିଲେ l ସୁକାନ୍ତ ଙ୍କୁ ମାଡ଼ ମାରି ତାଙ୍କର ମୋବାଇଲ ଫୋନ ଏବଂ ପର୍ସକୁ ନେଇ ଫେରାର ହୋଇଯାଇଥିଲେ l ଏନେଇ ସେ ଥାନାରେ ଅଭିଯୋଗ କଲା ପରେ ପୁଲିସ କେସ ନଂ ଆଜି ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ ଙ୍କ ନେତୃତ୍ୱ ରେ ଗୋଟିଏ ଟିମ ଗଠନ କରି ଉକ୍ତ ଅଭିଯୁକ୍ତ 184/22ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଥାନା ଅଧିକାରୀ ରାମ କୁମାର ମୁର୍ମୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଛାନଭିନ କରି ତିନି ଲୁଟିଆ ଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି l

nis-ad
Leave A Reply

Your email address will not be published.