ମୂଲ୍ୟବାନ କାଠ ଜବତ

ମାଲକାନଗିରି (୧୬/୦୬) : ମାଲକାନଗିରି ବନ କର୍ମଚାରୀମାନେ ଏମଭି-୧୯ ଗ୍ରାମର ଜନୈକ ଘରେ ଅଚାନକ ଚଢାଉ କରି ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ମୂଲ୍ୟବାନ କାଠ ପଟ୍ଟା ଜବତ କରିଥିବା ଜଣା ପଡିଛି । ଏକ ନିର୍ଭରଯୋଗ୍ଯ ସୂତ୍ରରୁ ସୂଚନା ପାଇ ମାଲାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କଟାପାଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ବରେ ଆଜି ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ଏମଭି-୧୯ ଗ୍ରାମର ବଳରାମ ହିଆଲଙ୍କ ବାସଗୃହରେ ବନ କର୍ମଚାରୀମାନେ ଚଢାଉ କରି ୨ ଲକ୍ଷ ଟଙ୍କାରୁ ମୂଲ୍ୟର ମୂଲ୍ୟବାନ କାଠ ପଟ୍ଟା ଜବତ କରିବାରେ ସଫଳ ହୋଇଛନ୍ତି । ଜବତ କାଠ ମଧ୍ଯରେ ସାଗୁଆନ, ପିଆଶାଳ ଏବଂ ଜାମୋକୋଳି କାଠ ଅନ୍ତର୍ଭୁକ୍ତ ରହିଛି । ସମୂଦାୟ ୪୧ଟି ସାଇଜ ଏବଂ ୩୮ଟି କାଠ ପଟ୍ଟାଗୁଡିକୁ ଜବତ କରାଯାଇଛି । ଅଭିଯୁକ୍ତ ବଳରାମ ହିଆଲଙ୍କୁ ମାଲକାନଗିରି ବନାଞ୍ଚଳ କଷ୍ଟୋଡିରେ ଅଟକ ରଖି ଅଧିକ ପଚରା ଉଚରା କରାଯାଉଛି । ଏହି ଚଢାଉରେ ବନପାଳ ଦେବାଶିଷ ପ୍ରଧାନ,ଦିବାକର ଜେନା,ରାଜେଶ ସେଠି,ହୃଷିକେଶ ପାଣିଗ୍ରାହୀ, କ୍ଷୀରଲତା ନାୟକ,ବନରକ୍ଷୀମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.