ଜେଲେ ଯାଇବି ସୁଧୁରିଲେନି ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ…!

ଅଜାଡି ହେଉଛି ପ୍ରଶାସନ ଓ ଶାସକ ଦଳର ଆଶୀର୍ବାଦ..!


ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଚୋରା ବାଲି ବ୍ୟବସାୟ ପୁଣି ଖୁଲାମ ଖୁଲା ଚାଲିଛି। ଗତ ୨୦୨୩ ଅକ୍ଟୋବର ମାସରେ ବିଜେଡ଼ି ସରକାର ସମୟରେ ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ସମେତ ଆଉ ଦୁଇଜଣ ଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିଲା। ନକଲି ୱାଇ-ଫର୍ମ ରେ ଏହି ମାଫିଆ ମାନେ ଚୋରା ରେ ଜିଲ୍ଲା ସମେତ ଜିଲ୍ଲା ବାହାରକୁ ସହ ସହ ଗାଡ଼ି ବାଲି ଚାଲାଣ ହେଉଥିଲା। ଜେଲ ଯାଇବି ସମ୍ରାଟ ସୁଧୀରି ନାହାନ୍ତି। ସବୁକିଛି ଫିକ୍ସ ହେଲା ପରେ ପୁଣି ସକ୍ରିୟ ହୋଇ ଏବେ ପୁରୁଷୋତ୍ତମପୁର, ଶେରଗଡ଼, ହିଞ୍ଜିଳି, ଆସିକା ଓ ଧରାକୋଟ ଅଞ୍ଚଳ ରୁ ବିନା ୱାଇ ଫର୍ମ ରେ ଚୋରା ବାଲି ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି। ଜିଲ୍ଲା ପ୍ରଶାସନ ପୁଳା ପୁଳା ଟଙ୍କା ପାଇଁ ସାଜିଛନ୍ତି ଧୃତରାଷ୍ଟ l ସୂଚନା ଥାଉକି ବାଲି ମାଫିଆ ମାନେ ଗିରଫ ହେବା ପରେ ଇଡ଼ି, ଆଇଟି ବିଭାଗ ପକ୍ଷରୁ ଘନ ଘନ ଚଢ଼ାଉ ହେଲା। ବାଲି ସମ୍ରାଟ ର କୋଟି କୋଟି କଳା ଟଙ୍କାର ଗୁମର ର ପର୍ଦାଫାଶ ନହୋଇ ଏବେ ବି ନାଲି ଫିତା ତଳେ ରହି ଯାଇଛି। ବର୍ତ୍ତମାନ ରାଜ୍ୟରେ ନୂତନ ସରକାର ଗଞ୍ଜାମ କୁ ସିଂହ ଭାଗ ଭାବେ ଖଣି ବିଭାଗ ମିଳିଛି। ସରକାରଙ୍କ ଓ ଅଦାଲତ ର ନିର୍ଦ୍ଧେଶ ନାମା କୁ ଫୁ କରି ଗଞ୍ଜାମ ଜିଲ୍ଲାରେ ଦିନ ଦିପହରେ ଫିଟନେସ ନଥିବା ଯାନବାହାନ ରେ ମଧ୍ୟ ଚୋରା ବାଲି ଚାଲାଣ ହେଉଛି। ନିର୍ବାଚିତ ପ୍ରତିନିଧି ମାନଙ୍କ ଲେଖା ନଛିଡ଼ିବାରୁ ଖଣି ଓ ରାଜସ୍ୱ ପକ୍ଷରୁ ଜରିମାନା ଆଦାୟ କରିବା ନେଇ ଗାଙ୍ଗପୁର ଥାନାରେ କିଛି ଦିନ ତଳେ କିଛି ବାଲି ବୋଝଇ ଗାଡି ଦେଖିବାକୁ ମିଳିଥିଲା। ଗଞ୍ଜାମ ଜିଲ୍ଲାରେ ଅଫିସର ମାନଙ୍କୁ “ସାଇ ଲେନ୍ସ ପ୍ଲିଜ” ଯୋଗୁଁ ଅଦୃଶ୍ୟ ଶକ୍ତିର କମାଲ ଏବେ ଅନ୍ଧ-ମୂକ-ବଧିର ଖଣି, ରଜସ୍ୱ ଓ ପୋଲିସ ବିଭାଗ ବୋଲି ଚର୍ଚ୍ଚା ହେଲାଣି। ଏହି ଚୋରା ବାଲି ବ୍ୟବସାୟ ଏବେ ଏପରି ଚାଲିଛି। ସମ୍ରାଟ କୁ ଏତେ ଆଶୀର୍ବାଦ କେମିତି ମୁଳୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ଗୃହ ଖଣ୍ଡେ କରିବା ପାଇଁ ଆଉ ବାଲି ମିଳିବ ନାହିଁ। ଜିଲ୍ଲାର ବହୁ ନଦୀ ଗୁଡିକର ଗତି ବଦଳିବା ସହିତ ନିକଟରେ ଥିବା ସେତୁ ଗୁଡ଼ିକ ଭୁଶୁଳିବ ବୋଲି ପରିବେଶବିତ୍ତ ମାନେ ମତ ପ୍ରକାଶ କରୁଛନ୍ତି। ଏବଂ ଆଗାମୀ ଦିନରେ ବାଲି ପାଇଁ କିଛି ମୁଣ୍ଡ ଗଡି ପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି l ପ୍ରଶାସନ ଗତ ଶାସନ କାଳରେ ଆଜ୍ଞାଧୀନ ଥିବା ବେଳେ ଏବେ ଶାସକ ଦଳର ଗୋଲାମ ପାଲଟି ଯାଇଛି ବୋଲି ଚର୍ଚ୍ଚା ହେଲାଣି l ଦେଖା ଯାଉ କେତେ ଦିନ ପ୍ରଶାସନ ବାଲି, ମଦ, ଜମି ମାଫିଆ ମାନଙ୍କୁ ସୁରକ୍ଷା ଦେବ ତାହା ସମୟ କହିବ l ଗଞ୍ଜାମ ଜିଲ୍ଲା ଅଫିସର ମାନଙ୍କ ଅମାରବତୀ କହିଲେ କିଛିବି ଭୁଲ ହେବ ନାହିଁ ଏଠାରେ ବ୍ୟବସାୟୀ ମାନଙ୍କୁ ମାଫିଆ ବନାଉଛି ପ୍ରଶାସନ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଲାଣି l

nis-ad
Leave A Reply

Your email address will not be published.