ବ୍ରହ୍ମପୁର: ପୂଜାଋତୁ ଓ ପରମ୍ପରା ର ଆଳ ଦେଖାଇ ଗଞ୍ଜାମ ଜିଲ୍ଲାରେ କୋଣ ଅନୁକୋଣ ରେ ଜୁଆ ଖେଳେ ଏବେ ଚାଲିଛି। ନିସର୍ତ୍ତ ପୂର୍ବରୁ ଖବର ପ୍ରକାଶ କରିଥିଲା ପୋଲିସ ଜୁଆ ଖେଳ ଧରିଲେ ଲାଭ ଛାଡିଲେ ଲାଭ ବୋଲି। ତାହାର ନଗ୍ନ ନମୁନା ଆସିକା ଅଞ୍ଚଳ ରେ ଏବେ ଚର୍ଚ୍ଚାକୁ ଆସିଛି। ଦଶହରା ଦିନ ଆସିକା ବାବନପୁର ଠାରେ ଏକ ବଡ଼ ଧରଣର ଲକ୍ଷାଧିକ ଟଙ୍କାର କୁଆଡ଼େ ଜୁଆ ଖେଳ ଲାଗିଥିଲା। ମଧ୍ୟ ରାତ୍ରରେ କିଛି ପୋଲିସ କର୍ମଚାରୀ ସେଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିବା ନେଇ ଆଲୋଚନା ହେଲା। ପୋଲିସ କୁ ଦେଖି ସରକାରୀ କର୍ମଚାରୀ ମାନେ ଓ ଜୁଆ ଖେଳୁଥିବା ଲୋକେ ଦୌଡ଼ି ପଳାଇଥିଲେ। ଖେଳରେ ପଡିଥିବା ଲକ୍ଷାଧିକ ଟଙ୍କା ଗଲା କୁଆଡ଼େ ଓ କେଉଁ ଅଞ୍ଚଳର ପୋଲିସ ସେଠାକୁ ଯାଇଥିଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଚଢ଼ାଉ କାହା ପ୍ରରୋଚନା ରେ ହୋଇଥିଲା ନାଁ ଅଧିକାରୀ ଙ୍କୁ ଅନ୍ଧାର ରେ ରଖି ହୋଇଥିଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଉଛି। ଅଧିକାଂଶ ଜୁଆ ଆଡ୍ଡା ରେ ଯେବେବି ଚଢ଼ାଉ ହୁଏ ସେଠାରୁ ଯେତେ ମାଲ ଉଦ୍ଧାର ହୁଏ ତାହା ଥାନାକୁ ଆସିବା ପୂର୍ବରୁ ରାସ୍ତାରେ ଲେଖାଛିଡ଼ି ଯାଏ ବୋଲି ସାଧାରଣ ରେ ଆଲୋଚନା ହୁଏ । ମିଡ଼ିଆ ଆଗରେ ଶୋ କରାଯାଏ ମୁଠା ମୁଠା ତାସ ସ୍ୱଳ୍ପ ଟଙ୍କା ଆଉ କିଛି ବାଇକ ଜବତ ହେଲା ବୋଲି ଦେଖା ଯାଏ । ଜୁଆଡ଼ି ମାନଙ୍କୁ ଛାଡିବା ଗାଡ଼ି ରିଲିଜ କରିବାକୁ ମଧ୍ୟ ଅର୍ଥ ଆଦାୟ କରାଯାଏ ବୋଲି ଧରାପଡ଼ି ଥିବା ଲୋକେ କୁହନ୍ତି। ସେଥିପାଇଁ କଥାରେ ଅଛି ମାଛ ଖାଇବ ଇଲିସି ଚାକିରୀ କରିବ ପୋଲିସ ବୋଲି। ଜୁଆ ଆଡ୍ଡା ରେ ଚଢ଼ାଉ ରେ ଜବତ ଟଙ୍କା ହିସାବ କରିବ କିଏ…? ଯାହାକି ବ୍ରହ୍ମl ବିଳି ବିଳାଇଲ ବେଦ ପରି ମନେ ହୁଏ ପୋଲିସ ଯାହା କହିଲା ତାହାହିଁ ସତ l
Sign in
Sign in
Recover your password.
A password will be e-mailed to you.