ପାବୁରିଆଠାରେ ପୂଜ୍ୟ ସ୍ଵାମୀଜୀଙ୍କ ସ୍ମୃତିରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ…


ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବ୍ରହ୍ମଲୀନ ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ କନ୍ଧମାଳର ଦଳିତ,ଆଦିବାସୀ ଓ ଅବହେଳିତ ଲୋକଙ୍କ ପିଲା ଛୁଆଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବାକୁ ଅହରହ ଉଦ୍ୟମ କରିଥିଲେ l ତତ୍କାଳୀନ କୌଣସି ସରକାରଙ୍କ ପାଖରେ ଏହି ଆଦିବାସୀ ବହୁଳ ପଛୁଆ ଅଞ୍ଚଳ ପାଇଁ କିଛି ସ୍ବତନ୍ତ୍ର ଯୋଜନା ନଥିଲା, ଆଜିକୁ ପ୍ରାୟ ୫୦ ବର୍ଷ ତଳେ ସେହି ସମୟରେ ପୂଜ୍ୟ ସ୍ଵାମୀଜୀ ଚକାପାଦ ଓ ଜଲେଶପଟ୍ଟା ଠାରେ ଦୁଇଟି ଆଶ୍ରମ ପ୍ରତିଷ୍ଠା କରି କନ୍ଧମାଳରେ ସଂସ୍କୃତ ଶିକ୍ଷାର ମୁଳଦୁଆ ପକାଇଥିଲେ । ଆଜି ଟିକାବାଲି ବ୍ଲକ ପାବୁରିଆ ଠାରେ ପୂଜ୍ୟ ସ୍ଵାମୀଜୀଙ୍କ ସ୍ମୃତିରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । ଆଗାମୀ ଦିନରେ ସ୍ଵାମୀଜୀଙ୍କ ଆଶୀର୍ବାଦ ଓ ପ୍ରେରଣାରେ କନ୍ଧମାଳ ଜିଲ୍ଲାରେ ଅନେକ ଦେଶଭକ୍ତ ନିଜକୁ ସମାଜ ସେବା ପାଇଁ ଉତ୍ସର୍ଗୀକୃତ କରିବେ ସ୍ଵାମୀଜୀଙ୍କ ଭକ୍ତ ପ୍ରଣବ ନାୟକ କହିଛନ୍ତି l ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମଙ୍ଗୁଳୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ସେହିପରି ଧର୍ମ ଜାଗରଣ ସମନ୍ବୟ ବିଭାଗରପୂର୍ବ ପ୍ରାନ୍ତ ସଂଯୋଜକ ବିଶ୍ବ ହିନ୍ଦୁ ପରିଷଦର ଅକ୍ଷୟ ବଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ପାବୁରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ନାୟକ,
ଭାରତୀୟ ଜନତାପାଟି କନ୍ଧମାଳ ଜିଲ୍ଲାର ସାଧାରଣ ସମ୍ପାଦକ ଲିଙ୍ଗରାଜଦଳବେହେରା
ପ୍ରମୁଖଙ୍କ ସମେତ ସ୍ଵାମୀଜୀଙ୍କ ପ୍ରିୟ ଭକ୍ତ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.