ବିପଜ୍ଜନକ ଅବସ୍ଥାରେ ଗ୍ରାମ୍ୟ ଉନ୍ନୟନ ରାସ୍ତା : ଗୋଡ ଘୋଷାଡିଲେ ଗୁଡି ଉଠି ଯାଉଛି…

ପିସି ଖାଇ ବାବୁ ମାନେ ଚୁପ…!

ହିଞ୍ଜିଳିକାଟୁ ୧୪/୧୦ ହିଞ୍ଜିଳିକାଟୁ ଗ୍ରାମ୍ୟ ଉନ୍ନୟନ ବିଭାଗର ବୁଗୁଡ଼ାପଲ୍କି ଠାରୁ ବଳରାମପୁର ଓ ଖଈରବେଠି ଅଲାରିଗଡ କୁରୁଳା ଘୋଡାହଡ ସେତୁ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି। ଏହି ରାସ୍ତାଦେଇ ବିଭିନ୍ନ ଗ୍ରାମର ଶହଶହ ଲୋକେ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧା ଦେଖାଦେଉଛି। । ଏହି ରାସ୍ତା ଦେଇ ଅଲାରିଗଡ,ଖଈରବେଠି,ବୁଗୁଡାପଲ୍କି,ବଳୟାମପୁର,ଖଲିଙ୍ଗି, ପ୍ରଭୁତି ରାଜସ୍ବ ଗ୍ରାମର ଲୋକମାନେ ହିଞ୍ଜିଳିକାଟୁ ଗୋଷ୍ଠୀ ଉପଖଣ୍ଡ ଚିକିତ୍ସାଳୟ, ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟକୁ ଯାତାୟାତ କରିଥାନ୍ତି। ବିଶେଷକରି ଛାତ୍ରୀଛାତ୍ର ମହାବିଦ୍ୟାଳୟ, ସରକାରୀ ତାଲିମ୍ ଶିକ୍ଷାକେନ୍ଦ୍ରକୁ ଯାତାୟାତ ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ରାସ୍ତାର ସମସ୍ୟା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଅବଗତ କରିଥିଲେ ମଧ୍ୟ ଫଳ ଶୁନ। ଅନ୍ୟପକ୍ଷରେ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ନିମ୍ନମାନର କାମ କରି ପଇସା ସବୁ ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ରାସ୍ତା କାମ ସରିବାର ମାସ କେଇଟାବି ଗଲାନି । ଚଳିତ ଲଗାଣ ବର୍ଷାରେ ରାସ୍ତା ଫାଟି ଆଁ କରିବା ସହ ଗାତ ହୋଇଯାଇଥିବା ଦେଖିବାକୁ ମିଳିଛି ।ଅଭିଯୋଗ ହେବାପରେ ଯନ୍ତ୍ରୀ ଜେନା ନାଈକ ବେଳେ ବେଳେ ହିଞ୍ଜିଳିକାଟୁ କାର୍ଯ୍ୟିଳୟକୁ ଆସି ଵୁଲି ଯାଉଥିବା ଓ କାର୍ଯ୍ୟାଳୟ ରେ ନରହିବା ଅଭିଯୋଗ ହୋଇଛି। ଯନ୍ତ୍ରୀ ଙ୍କ ମୋବାଇଲ, ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ପାଢି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ବ୍ରହ୍ମପୁର ସରବେନ୍ଦୁ ସୁତରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଫୋନ ଉଠାଉନଥିବାରୁ ଯୋଗାଯୋଗ ସମ୍ଭବପର ହୋଇ ନାହିଁ। ରାସ୍ତାକାମ ଏପରି ହୋଇଛି ଯେ ଗୋଡ଼ ଘସାରିଲେ ଗୁଡ଼ି ଉଠିଯାଉଛି, ହାତରେ ରାମ୍ପିଲେ ବି ରାସ୍ତାରୁ ଗୁଡ଼ି ଉଠି ଯାଉଛି। ହିଞ୍ଜିଳି ରେ ସହକାରୀ ଯନ୍ତ୍ରୀ, କିମ୍ବା କନିଷ୍ଠ ଯନ୍ତ୍ରୀପ୍ରାୟତଃ ରହୁନାହାନ୍ତି । ବେଳେ ବେଳେ ଆସୁଛନ୍ତି । ସେଥିପାଇଁ ଠିକାଦାର ମାନଙ୍କ ମନମାନି ଚାଲିଛି । ଦୁର୍ନିତୀ ନିବାରଣ ବିଭାଗ କାମର ଭିତିରିଆ ତଦନ୍ତ ଆରମ୍ଭ କଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଶୁଣିବାକୁ ମିଳୁଛି

nis-ad
Leave A Reply

Your email address will not be published.