ପାରିବାରିକ କଳହର କରୁଣ ପରିଣତି: ନବଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର

ବାଲେଶ୍ୱର: ନବଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଇଁତରା ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ପୂଜା ଜେନା ।

ଗତ ଏକ ମାସ ତଳେ କୈଳାସ ଜେନାଙ୍କୁ ବିବାହ କରିଥିଲେ । ବାହାଘର ପରଠୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବା ଜଣାପଡିଛି।

ଆଜି ମହିଳା ଶାଢୀ ଲଗାଇ ଆତ୍ମହତ୍ୟା କରିଥିବାବେଳେ ସ୍ୱାମୀ ବିଦ୍ୟୁତ ଟ୍ରାନ୍ସଫର୍ମର ଧରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

nis-ad
Leave A Reply

Your email address will not be published.