ବୈଦ୍ୟନାଥପୁର ପୋଲିସ କୁ ଖୋଲା ଚାଲେଞ୍ଜ : ପୁଣି ଇଂଜିନିୟରିଂ ସ୍କୁଲ ଛକ ନିକଟରୁ ଚୋରୀ…

ବ୍ରହ୍ମପୁର :-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଂଜିନିୟରିଂ ସ୍କୁଲ ଛକ ନିକଟରୁ ପନ୍ଦର ଦିନ ପରେ ପୁଣି ଥରେ ଦୁଇ ଟି ସ୍ଥାନରୁ ଲକ୍ଷାଧିକ ଟଙ୍କା ଚୋରି କରି ଚମ୍ପଟ ମାରିଲେ ଦୁର୍ବୃତ । ଯାହାକି ପୋଲିସ କୁ ଏହା ଖୋଲା ଚାଲେଞ୍ଜ କହିଲେ କିଛି ଭୁଲ ହେବ ନାହିଁ, ପୋଲିସ ର ପାରିବା ପଣ ଆଜି ବାଟରୁ ଯାଇ ହାଟରେ ପଡ଼ିଲାଣି l ବ୍ରହ୍ମପୁର ର ଅନ୍ୟ ଥାନା ଗୁଡିକୁ ଦେଖିଲେ ବି ଏନ ପୁର ଥାନା କଥା ଟିକିଏ ଅଲଗା ଏହି ଅଞ୍ଚଳ ସହର ର ଅତି ସ୍ପର୍ଶ କାତର ଅଞ୍ଚଳ, ଏହି ଥାନା ଅଞ୍ଚଳ ରେ ଅସାମାଜିକ ବ୍ୟକ୍ତି ଙ୍କ ଆଡ୍ଡା, ଚୋରୀ, ଡାକୟତ, ଚୋରା ମଦ ବେପାରୀ ମାନଙ୍କ ଚରାଭୂମି କହିଲେ ଅତ୍ୱକ୍ତି ହେବ ନାହିଁ l ଏହି ଚୋରୀ ଘଟଣା ରେ ପୋଲିସ ର ନିଦ ହଜିଯାଇଛି ଏବେ ଚୋରୀ ଦୁଇଟି

ଦୋକାନ ରୁ ହୋଇଛି ଯାହାକି ଇଂଜିନିୟରିଙ୍ଗ ଛକ ନିକଟରେ ଥିବା ଆପୋଲୋ ଫାର୍ମାସିଷ୍ଟ ନାମକ ମେଡ଼ିସିନ ଦୋକାନ, ଅନ୍ୟଟି ଗୋଟିଏ ସାହିଲ ଏଜେନସି ନାମକ ଗୋଟିଏ ଚପଲ ଦୋକାନ ଦୁବୃତ୍ତ ମାନେ ଦୋକାନ ର ତାଲା ଭାଙ୍ଗି ଅତି ଚତୁରତା ସହିତ ପୋଲିସ ଆଖିରେ ଧୂଳି ଦେଇ ଏହି କାମ କରିଛି ଯାହାକି ପୋଲିସ ର ଦୁର୍ବଳ ପେଟ୍ରୋଲଙ୍ଗ ହିଁ ଦାୟି ବୋଲି ଅଞ୍ଚଳ ର ବୁଦ୍ଧି ଜୀବି ଓ ସାଧାରଣ ରେ ଚର୍ଚ୍ଚା ଜୋର ଧରିଲାଣି ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ରହ୍ମପୁର ଏସପି ଡ଼. ସର୍ବଣା ବିବେକ ଏମ ଦାଇତ୍ୱ ଗ୍ରହଣ ଠାରୁ ପେଟ୍ରୋଲିଂ କଡ଼ାକଡ଼ି ହେଉଥିଲେ ମଧ୍ୟ କୋଉଠି ନା କୋଉଠି ପୁଲିସର ପେଟ୍ରୋଲିଂ ଢ଼ିଲା ଯୋଗୁଁ ଦୁର୍ବୃତମାନେ ଏଭଳି ଚୋରି କରିବାରେ ସଫଳ ହେଉଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କି ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତମାନେ ପ୍ରଥମେ ପ୍ଲାନିଂ ପରେ ଲୁଟ । ପ୍ଲାନିଂରେ ପ୍ରଥମେ ଗୋଟିଏ ହୋଟେଲ କୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଏବଂ ତା ପାଖରେ ଥିବା ଗୋଟିଏ ଫଳ ଦୋକାନ ରୁ କିଛି ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକି ପୋଲିସ କୁ ଚୋର ମାନେ ଖୋଲା ଚାଲେଞ୍ଜ ଦେଇ ଛନ୍ତି କାରଣ କିଛି ଦିନ ତଳେ ଏହି ଛକରୁ ହିଁ ଚୋରୀ ହୋଇଥିଲା କିନ୍ତୁ ଆଜି ସୁଦ୍ଧା ଚୋର ର ଟେର ପାଇନି ପୋଲିସ l ଆପୋଲୋ ଫାର୍ମାସିଷ୍ଟ ଦୋକାନ ରୁ 56,215 ଟଙ୍କା ଚୋରୀ ହୋଇଥିବା ବେଳେ, ସାହିଲ ଏଜେନସି କେତେ ଟଙ୍କା ଚୋରୀ ହୋଇଛି ସ୍ପଷ୍ଟ ଜାଣି ହୋଇନି ଏହାକୁ ନେଇ ସ୍ଥାନୀୟ ବି ଏନ ପୁର ଥାନାରେ ୨ ଟି ମାମଲା ପଞ୍ଜିକୃତ ହୋଇଛି ଯାହାକି ପି ଏସ କେସ ନୁମ୍ବର 182/22 ଓ 183/22 ପୋଲିସ ତଦନ୍ତ ଜାରି ରଖିଛି ଅତି ଶୀଘ୍ର ଘଟଣା ର ଫର୍ଦ୍ଧା ଫାସ ହେବା ସହିତ ଚୋର ଧରାଯିବ ବୋଲି ପୋଲିସ କହିଛି, ଦେଖାଯାଉ ଏହା ସମୟ ହିଁ କହିବ…

nis-ad
Leave A Reply

Your email address will not be published.