ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ଦାୟର ମାମଲା ଖାରଜ

କଟକ: ଆସନ୍ତା ଜୁନ୍‌ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ହେଲେ ଏହି ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମଙ୍ଗଳବାର ଏହାର ଶୁଣାଣି କରି କୋର୍ଟ ମାମଲାକୁ ଖାରଜ କରିଦେବା ପରେ ଆଶଙ୍କା ଟଳିଛି।

ଶୁଣାଣି ସମୟରେ ଷ୍ଟାଡିୟମରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ ।

ପ୍ରକାଶ ଯେ, ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଦର୍ଶାଇ ମ୍ୟାଚକୁ ବନ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଢେଙ୍କାନାଳ ଅଞ୍ଚଳର ସଞ୍ଜୟ ନାୟକ । ଅଗ୍ନିନିରାପତ୍ତା ବ୍ୟବସ୍ଥା ନ ଥିବାରୁ ମ୍ୟାଚ ବନ୍ଦ କରାଯାଉ ବୋଲି କୋର୍ଟରେ ପାର୍ଥନା କରିଥିଲେ ସଞ୍ଜୟ । ଏହି ମାମଲାରେ ରାଜ୍ୟ ସରକାର, ବିସିସିଆଇ, ଓସିଏ ସମେତ ୧୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

nis-ad
Leave A Reply

Your email address will not be published.