ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ଥାନାରେ ମହିଳା କମିଶନଙ୍କ ପଚରାଉଚରା

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜ୍ଜୁ କରି ଏନେଇ ତଦନ୍ତ ଆରମ୍ଭ କରିଛି ମହିଳା କମିଶନର । ଏନେଇ ଭରତପୁର ଥାନାରେ ମହିଳା କମିଶନର ଅଧ୍ୟକ୍ଷା ପହଞ୍ଚି ପଚରାଉଚରା ଜାରି କରିଛନ୍ତି ।

ତେବେ ଭରତପୁର ଥାନାରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ପହଞ୍ଚି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସେଦିନର ଘଟଣା ନେଇ ଥାନାରେ ପଚରାଉଚରା କରିବା ସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମହିଳା କମିଶନ ଏନେଇ ନିଜ ତରଫରୁ ଏକ ମାମଲା ରୁଜୁ କରିଛି ।  ଶୀଘ୍ର ଏହି ମାମଲାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଡିସିପିଙ୍କୁ ମଧ୍ୟ ଚିଠି କରିଛୁ । ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସମସ୍ତ ରିପୋର୍ଟ ଆମେ ଡିଜିପି ଓ ସରକାରଙ୍କୁ ଦେବୁ । ସଠିକ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ମନ୍ତବ୍ୟ ରଖିଛନ୍ତି ଅଧ୍ୟକ୍ଷା । ଏଥିସହିତ ପୀଡ଼ିତାଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ କହିଛନ୍ତି କମିଶନ ଅଧ୍ୟକ୍ଷା ।

nis-ad
Leave A Reply

Your email address will not be published.