ଏମସ ଭୁବନେଶ୍ବରରୁ ଡିସଚାର୍ଜ ହେଲେ ଅଙ୍କିତା ପ୍ରଧାନ, କହିଲେ ପୋଲିସର ଅମାନୁଷିକ ବର୍ବରତାର କାହାଣୀ

ଏମସ ଭୁବନେଶ୍ବରରୁ ଡିସଚାର୍ଜ ହେଲେ ଅଙ୍କିତା ପ୍ରଧାନ ।  ଡିସଚାର୍ଜ ପରେ ବଖାଣିଛନ୍ତି ୧୪ ତାରିଖ ରାତିରେ ଭରତପୁର ଥାନାର ଅକଥନୀୟ ନିର୍ଯାତନାର କାହାଣୀ ।  ଭୁବନେଶ୍ବର ଭରତପୁର ଥାନାରେ ଆର୍ମୀ ମେଜର ଓତାଙ୍କ ବାନ୍ଧବୀଙ୍କୁ ମାଡ ଘଟଣାରେ ପଦାକୁ ଆସିଲା ପୋଲିସ ବର୍ବରତାର ରୂପ ।  ସେଦିନ ରାତିରେ ସୀମା ଟପିଥିଲା ଭରତପୁର ପୋଲିସ ।  ଥାନାରେ ଥାର୍ଡ ଡିଗ୍ରୀ ସହ ତାଙ୍କ ସହ ଅଶ୍ଲୀଳ ଆଚରଣ କରିଥିଲେ ବୋଲି କାନ୍ଦି କାନ୍ଦି କହିଛନ୍ତି ଅଙ୍କିତା ।  ତାଙ୍କୁ ଘୋଷଡ଼ିବା ସହ ଜଣେ ମହିଳା ପୋଲିସ କର୍ମଚାରୀ ତାଙ୍କ ତଣ୍ଟି ଚିପି ଦେଇଥିଲୋ ବେଲି କହିଛନ୍ତି । କୋହ ଭରା କଣ୍ଠ ରେ ଗଣମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଲେ ପୀଡ଼ିତ ଅଙ୍କିତା ପ୍ରଧାନ ।

ଅଙ୍କିତା ଆଣିଲେ ପୂର୍ବତନ ଆଇ ଆଇ ସି ଙ୍କ ବିରୁଦ୍ଧରେ ଦୁଷ୍କର୍ମ ଉଦ୍ୟମର ଅଭିଯୋଗ । ପୋଲିସର ଅମାନୁଷିକ ବର୍ବରତା ର କାହାଣୀ କହିଲେ ଅଙ୍କିତା । ଶନିବାର ରାତିର ଘଟଣା ସମ୍ପର୍କରେ କାନ୍ଦି କାନ୍ଦି ପୁରା ଘଟଣାକୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ କହିଲେ ।  ଜଣେ ଓକିଲ ହିସାବରେ ପୋଲିସ ସମ୍ମୁଖରେ ନିଜ ଉପରେ ହୋଇଥିବା ନିର୍ଯାତନାକୁ ଏଫ ଆଇ ଆର ରଖିବାକୁ ଦାବି କରୁଥିବା ବେଳେ ପୋଲିସର ତାଙ୍କ ପ୍ରତି ଏବଂ ଟଙ୍କା ପୁରୁଷ ବନ୍ଧୁଙ୍କ ପ୍ରତି ହୋଇଥିବା ଅକଥନୀୟ ଅତ୍ୟାଚାର କେଉଁ ଭଳି ଆଇନ ବୋଲି ପ୍ରଶ୍ନ କଲେ ଅଙ୍କିତା ।

ଏବେ ଶୁଣିବା ପୋଲିସର ବର୍ବରତା କାହାଣୀ । ପ୍ରଥମେ ଚୁଟି ଧରି ଘୋଷାଡି ନେଇଥିଲେ ତା ପରେ ପରେ ଜଣେ ଲେଡି କନେଷ୍ଟବଳ ତାଙ୍କ ବେକ ଧରିଥିବା ବେଳେ ଅନ୍ୟ ଜଣେ କନେଷ୍ଟବଳ ତାଙ୍କ ଜ୍ୟାକେଟରେ ତାଙ୍କ ହାତ ବାଧା ଯାଇଥିଲା ଏବଂ ଅନ୍ୟ ଜଣେ ଲେଡୀ କନେଷ୍ଟବଳ ତାଙ୍କ ଗୋଡ଼ ବାନ୍ଧି ଦେଇ ରୁମରେ ବନ୍ଦ କରିଦେଇଥିଲେ ।  ନିଜର ପ୍ରତିରକ୍ଷା ପାଇଁ ଅଙ୍କିତା ଚିତ୍କାର କରିଥିଲେ ବୋଲି ପୁରୁଷ କନେଷ୍ଟବଳ ଏବଂ ଲେଡୀ କନେଷ୍ଟବଳ ମିଶିକି ମାଡ଼ ମାରିଥିଲେ ।  ପରେ ଭୋରୁ ଆଇ ଆଇ ସି ସକାଳେ ଆସି ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ତାଙ୍କର ୨ କନେଷ୍ଟବଳଙ୍କ ସହ ।

nis-ad
Leave A Reply

Your email address will not be published.