ଭରତପୁର ଥାନା ଘଟଣା, ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ୱର : ଭରତପୁର ଥାନା ଘଟଣାରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ବିଜେଡି । ପରେ ସବୁ ସ୍ତରରେ ପ୍ରତିବାଦ କରାଯିବ । ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଯଦି ଆକ୍ସନ ନିଆଯାଇଥାନ୍ତା ତେବେ ଆଜି ଭରତପୁର ଘଟଣା ସାମ୍ନାକୁ ଆସି ନଥାନ୍ତା ।

ଜଣେ ଆର୍ମୀ ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହିତ ଯଦି ରାଜଧାନୀର ଥାନା ଭିତରେ ଏମିତି ଘଟଣା ଘଟୁଛି ତେବେ ଅନ୍ୟ ଥାନାମାନଙ୍କରେ କଣ ହେଉଥିବ ବୋଲି ପ୍ରଶ୍ନ କରିଛି ବିଜେଡି । ବିଜେପି ସରକାର ୧୦୦ ଦିନ ମଧ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ରହିଛି କି ନାହିଁ  ?  ଭରତପୁର ଥାନା ଭିତରେ ବିଜେଡି ସରକାର ସମୟରେ ସିସିଟିଭି ଲାଗିଥିଲା । କିନ୍ତୁ ବର୍ତ୍ତମାନ ପୋଲିସ ପକ୍ଷରୁ କୁହାଯାଉଛି ସିସିଟିଭି ଲାଗି ନଥିଲା । ଘଟଣାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛି ବିଜେଡି ।

nis-ad
Leave A Reply

Your email address will not be published.