ଭରତପୁର ଥାନା ଘଟଣା : ୭ ରୋଡ୍‌ ରୋମିଓଙ୍କୁ ଧରିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ଵର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା । ୭ ଜଣ ରୋଡ୍‌ ରୋମିଓଙ୍କୁ ଧରିଲା କମିଶନରେଟ୍‌ ପୋଲିସ । ସିସିଟିଭି ଆଧାରରେ ୭ ଜଣଙ୍କୁ ରୋଡ ରୋମିଓଙ୍କୁ ଧରିଲା କମିଶନରେଟ ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାକୁ ନେଇ ପଚରାଉଚରା କରୁଛି କମିଶନରେଟ ପୋଲିସ ।

ଅନ୍ୟପଟେ ଉକ୍ତ ଘଟଣାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ସେନା ଅଧିକାରୀ । ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍‌ ଶେଖାୱତ୍‌ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି । ଥାନାକୁ ସୁରକ୍ଷା ମାଗିବାକୁ ଯାଇଥିବା ସେନାଧିକାରୀଙ୍କୁ ପୋଲିସ ପିଟିଛି । ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି । ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି । ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍‌ ଶେଖାୱତ୍‌ ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ରାତି ୧ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ମେଜର ଏବଂ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ କିଛି ଯୁବକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ସେମାନେ ଏତଲା ନ ରଖି ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ ।

nis-ad
Leave A Reply

Your email address will not be published.