ମାଓ ଯୋଜନା ପଣ୍ଡ, ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି : ଓଡ଼ିଶାରେ ମାଲକାନଗିରି ଜିଲ୍ଲାର ଜଙ୍ଗଲରୁ ବିରାଟ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ମାଓ ଯୋଜନା ପଣ୍ଡ ।  ଜବତ ହେଲା ବିସ୍ଫୋରକ ସାମଗ୍ରୀ ।  ମାଲକାନଗିରି ଜିଲ୍ଲା ବଡିଗାଟା ଜଙ୍ଗଲରୁ ବିସ୍ପୋରକ ଜବତ କରାଯାଇଛି ।  ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ କରିଥିଲେ ଯୋଜନା ।

ଘଟଣାସ୍ଥଳରୁ ଟିଫିନ ବୋମା, ଡିଟୋନେଟର ଓ ବୋମା ଖଞ୍ଜିବା ତାର ଜବତ କରାଯାଇଛି ।  ବୋମା ନିଷ୍କ୍ରିୟ ଦଳ ଆସି ଟିଫିନ ବୋମାକୁ ନିଷ୍କ୍ରିୟ କରିଛନ୍ତି  ।  ୧୪୨ BSF ଯବାନ ବଡ଼ିଗାଟା ଜଙ୍ଗଲରେ କମ୍ବିଂ ଅପରେସନ କିରିବାବେଳେ ମିଳିଛି ସଫଳତା ।  ଘଟଣା ସ୍ଥଳରେ କେଉଁ ମାଓବାଦୀ ଲୁଚି ରହିଛନ୍ତି ତାହା ଜାଣିବା ପାଇଁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

nis-ad
Leave A Reply

Your email address will not be published.