ଲୁଟିଲେ ମନ୍ଦିର ହୁଣ୍ଡି, ଚବିଶି ଘଣ୍ଟା ବିତିଯାଇଥିଲେ ମଧ୍ୟ ଟେର ପାଉନି ପୋଲିସ

ଚିକିଟି : ଗଂଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ଫାଣ୍ଡି ଅଧିନସ୍ତ ମେଟାଗାଁ ହନୁମାନ ମନ୍ଦିରର ହୁଣ୍ଡି ତାଡି ଲୁଟିବାରେ ଚୋରମାନେ ସକ୍ଷମ ହୋଇଥିଲେ l ସୂଚନା ପ୍ରକାରେ ଗତ ଶୁକ୍ରବାର ମଧ୍ୟ ରାତିରେ ଚୋର ମାନେ ମେଟାଗାଁ ମନ୍ଦିରର କବାଟ ଭାଙ୍ଗି ଦାନ ହୁଣ୍ଡିକୁ ଉଠାଇ ନେଇ ଭାଙ୍ଗି ଲୁଟି ଭଙ୍ଗା ହୁଣ୍ଡିକୁ ମନ୍ଦିର ଠାରୁ ପ୍ରାୟ ଦୁଇଶହ ମିଟର ଦୂରରେ ଥିବା ପାହାଡ଼ ନିକଟରେ ଫପାଡି ଚାଲିଯାଇଥିଲେ l ଦିନକୁ ଦିନ କେ ନୂଆଗାଁ ଥାନା ଇଲାକାରେ ଜୁଆ ଖେଳ ବଢ଼ିବାରେ ଲାଗିଛି ଏଥି ପ୍ରତି ଥାନା ଅଧିକାରୀଙ୍କ କିଛିହେଲେ ଆକଟ ନଥିବାରୁ ବାହାର ରାଜ୍ୟରୁ ଜୁଆଡ଼ି ମାନେ ଆସି ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇସାରାରେ ଜୁଆ ଖେଳ ଲଗାଇ ବେଶ ମୁନାଫା କମାଇବାରେ ଲାଗିଥିବା ବେଳେ ଏଥି ସହ ପୋଲିସର ସଲlସୁତୁରା ଥିବା କଥା ମଧ୍ୟ ପଦାକୁ ଆସୁଛି l ଆଜକୁ ଅନେକ ଦିନ ହେଲା ଏହି ମନ୍ଦିର ନିକଟରେ ପ୍ରବଳ ଜୁଆ ଖେଳ ଚାଲିଆସୁଥିବା ବେଳେ ଗତ କିଛି ଦିନ ତଳେ ତିନି ଜଣ ଜୁଆଡିଙ୍କ ସହ ତିନି ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ,ଵର୍ତମାନ ପୁଣି ଏହି ଇଲାକାରେ ଜୁଆ ଅଡ୍ଡା ପୁଣି ଚାଲୁହୋଇଥିବାରୁ ଏଭଳି ଚୋରି ଘଟୁଛି ବୋଲି ମତ ପ୍ରକାଶ ପାଉଛି l ପୂର୍ବରୁ ଚିକିଟି ଇଲାକାରେ ଅନେକ ଲୁଟ,ଚୋରି ଆଦି ଘଟିଥିଲେ ମଧ୍ୟ ଚୋର,ଡକାୟତ କୁ ଧରିବାରେ ପୋଲିସ ବିଫଳ ହୋଇଥିବା ହେତୁ ଏଠାରେ ଚୋରମାନେ ସୁରକ୍ଷିତ ମନେ କରୁଛନ୍ତି l

nis-ad
Leave A Reply

Your email address will not be published.