ଜିଲ୍ଲା ସଦରରେ ପ୍ରଥମ ଥର ପାଇଁ ଶୀତଳଷଷ୍ଠୀ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ

ମାଲକାନଗିରି,୪l୬: ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହି ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ପ୍ରଥମ ଥର ପାଇଁ ମହା ଆଡମ୍ବର ସହକାରେ ଶୀତଳ ଷଷ୍ଠୀ ଓ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଳିତ ହୋଇ ଯୌାଇଛିା ଶୀତଳ ଷଷ୍ଠୀ ଯାତ୍ରା କମିଟି ତରଫରୁ ଗତକାଲି ଗନ୍ଧଷଣ, ମଙ୍ଗଳକୃତ୍ୟ ଅନୁଷ୍ଠିତ ହୋଇଥଇବା ବେଳେ ଆଜି ବରାନୁଗମନ, ଜଗନ୍ନାଥ ମନ୍ଦିର ପରିସରରୁ ବାହାରି ଶିବ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲ।। ପରେ ଶିବ ମନ୍ଦିର ପରିସରରେ ବାଟବରଣ, କାର୍ଯ୍ୟକ୍ରମ ବିଧିବିଧାନ ଅନୁସାରେ ଅନୁଷ୍ଠିତ ହୋଇଥିଲ।। ବରପିତା ଭାବେ ଡି. ଭେଙ୍କଟ ରାଓ ନିଜର ବନ୍ଧୁବାନ୍ଧ ସପରିବାରେ ଅଂଶଗ୍ରହଣ କରିଥିବା ବେଳେ କନ୍ୟାପିତା ଭାବେ କେ. ଚିନ୍ନା ରାଓ ନିଜର ଜ୍ଞାତି କୁଟୁମ୍ବ ଶହ ବର ପକ୍ଷଙ୍କୁ ସାଦରେ ସ୍ୱାଗତ କରିବା ସହ ମନ୍ଦିର ପରିସରରେ ବିବାହ କାର୍ଯ୍ୟ ସମ୍ପୂର୍ଣ ହୋଇଥିଲ।। ଆସନ୍ତା କାଲି ନବ ବିବାହିତ ଦମ୍ପତିଙ୍କ ନଗର ପରିକ୍ରମା କାର୍ଯ୍ୟ ସନ୍ଧ୍ୟା ୭ ଘଟିକା ସମୟରେ ଅନୁଷ୍ଠିତ ହେବା ତେବେ ଆଜିର ଏହି କାର୍ଯ୍ୟକ୍ରମରେ ସହରର ଶହ ଶହ ମହିଳା ଓ ପୁରୁଷ ଭକ୍ତମାନେ ଅଂଶଗ୍ରହଣ କରିବା ସହ ପ୍ରସାଦ ସେବନ କରିଥିଲୋ ପୁଜା କମିଟି କର୍ମକର୍ତା ମାନେ ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲୋ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ପୂଜା ବେସ ଧୂମଧାମରେ ଅନୁଷ୍ଠିତ ହେଇଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ବେସ ଆନନ୍ଦ ଓ ଉଲ୍ଲାସ ଦେଖିବାକୁ ମିଳିଥିଲା । ଶିବ ପାର୍ବତୀଏନକେ ବିବାହ କୁ ଆଗାମୀ ଦିନରେ ଏହିଭଳି ଆଡମ୍ବର ସହକାରେ ପାଳନ କରିବାକୁ ଏହି ଅବସରରେ ନିଷ୍ପତ୍ତି ନିଆଯାଇଥିଲା ।

nis-ad
Leave A Reply

Your email address will not be published.