କମ୍ବିଂ ସମୟରେ ବିଏସଏଫ କୁ ସଫଳତା ୮୯ କିଲୋଗ୍ରାମ ର ୭୩୬ଟି ଜିଲୋଟିନ ଛଡ଼ ଜବତ ।

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗିୱାଡା ପଞ୍ଚାୟତ ଏମ ପିଭି ୨୧ ଠାରେ ମାଓବାଦୀ ଦମନ ପାଇଁ ମୃତୟନ ହୋଇଥିବା ୭ ୬ ବାଟାଲିୟନ ର ସୀମାନ୍ତ ସୁରକ୍ଷା ବାହିନୀ ଓ ଜିଲ୍ଲା ପୋଲିସ୍ ମିଳିତ ଭାବେ ଅପରେସନ୍ ବେଳେ ବେଜାଙ୍ଗିୱାଡା ଜଙ୍ଗଲ ପାଦଦେଶରେ ସର୍ଚ୍ଚ ଅପେରସନ କରୁଥିବା ବେଳେ ଟେକଗୁଡା ଓ ଦୁଲାଗୁଣ୍ଡି ନିକଟ ଏକ ପଥର କରୋଡ଼ରୁ ଗୋଟିଏ ଜୀବନ୍ତ ଟିଫିନ୍ ବମ ଏବଂ ୦୪ ବ୍ୟାଗ ଜେଲାଟିନ୍ ବାଡି ଉଦ୍ଧାର କରିଛନ୍ତି । ଏହି ଅଞ୍ଚଳର ସୁରକ୍ଷା ବାହିନୀ ସର୍ବଦା ସଜାଗ ରହି ସ୍ଥାନୀୟ ବାସିନ୍ଦାଙ୍କ ସେବାରେ ଲାଗିଥିବା ବେଳେ ଏହି ପ୍ରୟାସ ନିଶ୍ଚିତ ଭାବରେ ମାଓବାଦୀ ଙ୍କୁ ଶକ୍ତ ଧକ୍କା ପହଂଚାଇଛି । ଅଞ୍ଚଳରେ ବିକାଶ କାର୍ଯ୍ୟ ପାଇଁ ସୁରକ୍ଷା ବାହିନୀ ଙ୍କୁ ଜନସାଧାରଣଙ୍କ ସମର୍ଥନ ମିଳିଛି | କାଲିମେଳା ଅଞ୍ଚଳ ଏକଦା ମାଓବାଦୀ ଆଡ୍ଡା ସ୍ଥଳ ଥିଲା ଏବଂ ବେଜାଙ୍ଗିୱାଡା ଜଙ୍ଗଲ ମାଓବାଦୀ ଏବଂ ସେମାନଙ୍କ ସହଯୋଗୀ ଙ୍କ ଅଡ୍ଡା ସ୍ଥଳୀ ଥିଲା । ମାଓବାଦୀମାନେ ଏହି ଅଞ୍ଚଳରେ ବୋମା , ବିସ୍ଫୋରକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଲୁଚାଇ ରଖୁଥିଲେ , ଯାହାକି ସେମାନେ ସାଧାରଣତଃ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ସୁରକ୍ଷା ବାହିନୀଙ୍କ ବିରୁଦ୍ଧରେ ବ୍ୟବହାର କରୁଥିବା ପରିଲକ୍ଷିତ ହୋଇଥାଏ ।

nis-ad
Leave A Reply

Your email address will not be published.