ମାଥିଲି ପେଟ୍ରୋଲ ପମ୍ପ୍ ସନ୍ନିକଟରୁ ବିରଳ ବଜ୍ରକାପ୍ତା ଉଦ୍ଧାର, ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ

ମାଲକାନଗିରି : ଗତକାଲି ମାଥ୍‌ଲି ପେଟ୍ରୋଲ ପମ୍ପ୍ ନିକଟରୁ ବିରଳ ବଜ୍ରକାପ୍ତି ଉଦ୍ଧାର ହୋଇଛି । ଖାଦ୍ୟ ଅନ୍ବେଷଣରେ ବଜ୍ରକାପ୍ତାଟି ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି । ସୂଚନାନୁଯାୟୀ , ସୋମବାର ରାତିରେ କିଛି ଯୁବକ ମାଥିଲି ସଦର ପେଟ୍ରୋଲ ପମ୍ପ ନିକଟରେ ଏକ ବଜ୍ରକାପ୍ତା ଦେଖି ବନ ବିଭାଗକୁ ଖବର ଦେଇଥିଲେ ଖବର ପାଇ ବନ ବିଭାଗ ବନପାଳ ଫକିର ଚରଣ ମାହାଲି ଓ ବନ୍ୟ ପ୍ରାଣୀ ସୁରକ୍ଷା ଟିମ୍ ଆସି ବଜ୍ରକାପ୍ତାଟିକୁ ଉଦ୍ଧାର କରି ଗୋବିନ୍ଦପାଲି ସ୍ଥିତ ରେଞ୍ଜ୍ ଅଫିସକୁ ଆଣିଥିଲେ । ତେବେ ବଜ୍ରକାପ୍ତା ଟି ବର୍ତ୍ତମାନ ସୁସ୍ଥ ଅଛି । ତାକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନାଞ୍ଚଳ ଅଧିକାରୀ ମାଥିଲି ଶ୍ରୀ ବାସୁଦେବ ନାୟକ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.