ଜନଶୁଣାଣୀ ରେ ଅଜଣା ନୀତି ପ୍ରଭାବିତ ଜନତା ଉପେକ୍ଷିତ…

ଲହୁଣୀପଡ଼ା/ ସୁନ୍ଦରଗଡ଼ : ବଣାଇ ଉପଖଣ୍ଡ ଲହୁଣୀପଡା ବ୍ଲକ୍ ଅନ୍ତର୍ଗତ ବଡପୁରୁଣାପାଣି ଗ୍ରାମ ପଞ୍ଚାୟତ ର କପଣ୍ଡ ରାଜସ୍ବ ଗ୍ରାମର ବଡବାହଲ ଓ ପଟାଝରଣ ଠାରେ କାଇ ଇଣ୍ଟରନେସନାଲ ଏକ ଆଇରନ ସ୍ପଞ୍ଜ କାରଖାନା ଖୋଲିବା ନେଇ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଏହି ଜନଶୁଣାଣୀ ପ୍ରଭାବିତ ଗ୍ରାମରେ ନ ହୋଇ ଗ୍ରାମର ୪କି ମି ଦୂରରେ ଆୟୋଜନ କରାଯାଇଥିଲା। ଜନଶୁଣାଣୀ ରେ ପ୍ରାୟ ୮୦ଜଣ ମତ ସାବ୍ୟସ୍ତ କରିଥିବା ବେଳେ ପ୍ରାୟ ୩୦ ଲିଖିତ ଅଭିଯୋଗ କରିଥିଲେ।ଏଥିରେ ରାଜ୍ୟ ପ୍ରଦୂଷଣ ବୋର୍ଡ ରାଉରକେଲା ଶାଖାର ମୁଖ୍ୟ ବିନୋଦ ବିହାରୀ ଦାସ ଯୋଗ ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ଉପ ଜିଲ୍ଲାପାଳ ସଭାପତିତ୍ବ କରିଥିଲେ। ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଜନସାଧାରଣ ମତବ୍ୟକ୍ତ କରିଥିଲେ।ଦେଖିବାକୁ ଗଲେ ଏକରୁ ଏକାଧିକ ଲୋକ ସମର୍ଥନ ଜଣାଇଥିଲେ।ମାତ୍ର ପରିତାପର ବିଷୟ ଯେଁଉ ମାନେ ସମର୍ଥନ ଜଣାଇଥିଲେ ପ୍ରଭାବିତ ବସ୍ତିର କେହି ନଥିଲେ।ପ୍ରଭାବିତ ବସ୍ତିର ଲୋକଙ୍କୁ ଜନଶୁଣାଣୀ ରେ ଉପସ୍ଥିତ ହେବାକୁ ଦିଆଗଲାନହିଁ।ବିଶେଷ ସୂତ୍ରରୁ ଜଣାଯାଏ କି ପ୍ରଶାସକ ,ପ୍ରଶାସନ ଜନଶୁଣାଣୀ କୁ ସଫଳ କରିବା ପାଇଁ ରାତି ତମାମ ସମର୍ଥକ ମାନଙ୍କୁ ଘର ଘର ଯାଇ ରାତି ୩ ଟାରୁ ପୋଲିସ ଭ୍ୟାନ ରେ ଉଠାଇ ଆଣି ଜନଶୁଣାଣୀ ସ୍ଥାନରେ ପହଞ୍ଚାଇ ଥିଲେ। ବିପକ୍ଷ ଓ ପ୍ରଭାବିତ ବସ୍ତିର ଲୋକମାନେ ରାସ୍ତାରେ ଆସୁଥିବା ବେଳେ ପୋଲିସ ଦ୍ବାରା ଅଟକ ହେବାସହ ଗାଡ଼ି ମୋଟର ବନ୍ଦ କରିଦେଲେ।ତଥାପି ନିଜର ଭିଟାମାଟି,ଜଙ୍ଗଲ ଜୀବନଜୀବିକା ବଞ୍ଚାଇବା ପାଇଁ ବହୁ ପୁରୁଷ ମହିଳା ଆସିଥିଲେ ସେମାନଙ୍କୁ ପୋଲିସ ଭିତରକୁ ପ୍ରବେଶ କରେଇଦେଲେନି ବରଂ ସମସ୍ତଙ୍କୁ ଆରେଷ୍ଟ କରି ନେଇଗଲେ। ସପକ୍ଷ ଠାରୁ ଢେର ଅଧିକ ବିପକ୍ଷ ଲୋକ ଥିଲେ।ମାତ୍ର ଏମିତି ଭାବରେ ଜନଶୁଣାଣୀ ଶିବିର କୁ କରାଯାଇଥିଲା ସତେ ଯେମିତି ରାଷ୍ଟ୍ରପତି କି ରାଜ୍ୟ ପାଳ ଙ୍କ ଥିଲା।ପୋଲିସ କୁ ସହଜ ହେଲା ଜନଶୁଣାଣୀ ହେଉଥିବା ଖେଳପଡିଆ ରେ ସବୁ ଆଡ଼େ ପାଚେରୀ।


ଏଠାରେ ସମସ୍ତଙ୍କ ମନରେ ପ୍ରଶ୍ନ ଜନଶୁଣାଣୀର ଅର୍ଥ କଣ?ରାତି ୩ଠାରୁ ଲୋକଙ୍କୁ ପୋଲିସ ଆଣି ବସାଇବା ଯୁକ୍ତି ସଂଗତକି? ପ୍ରଭାବିତ ଲୋକଙ୍କୁ ଜନଶୁଣାଣୀ ସ୍ଥଳକୁ ନ ଛାଡ଼ିବା ସରକାରଙ୍କ କେଉଁ ଆଇନ ସଙ୍ଗତ? ପ୍ରଭାବିତ ସମସ୍ତ ପରିବାର ଆଦିବାସୀ ତେବେ ସରକାରଙ୍କ ଆଦିବାସୀ ପ୍ରୀତି କେତେ?
ଉପରୋକ୍ତ ପ୍ରକଳ୍ପ ସ୍ଥାନରେ ବହୁମୂଲ୍ୟ ର ଗଛ ରହିଛି। ବିଗତ ଦିନରେ ବନବିଭାଗ, ପ୍ରଶାସନ ପ୍ରଶାସକ ବହୁ ଗଛ କାଟୁଥିବା ବେଳେ କିଛି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ।ବରଂ ଗ୍ରାମବାସୀଙ୍କୁ ସପକ୍ଷରେ ଯିବା ପାଇଁ ଧମକ ଦେଇଥିଲେ।ଏହାକୁ ଦୃଷ୍ଟିରେ ରଖି ବିପକ୍ଷ ବାଦି ଏନ.ଜି.ଟିକୁ ଜଣାଇଥିଲେ।ବର୍ତ୍ତମାନ ଏନ.ଜି.ଟି ଗଛକଟାକୁ ନେଇ କଡ଼ା ଟିପ୍ପଣୀ ବନବିଭାଗକୁ ଦେବାସହ କେଶ କରିବାକୁ ଅର୍ଡର୍ ଦେବା ସହିତ କେଶ ବିଚାର ନ ହେବା ଯାଏ ବନ୍ଦ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆ ଯାଇଛି।
ବାସ୍ତବିକ୍ ଦେଖିବାକୁ ଗଲେ ବଣାଇ ଉପଖଣ୍ଡ ରେ ଅନେକ ସ୍ପଞ୍ଜ କାରଖାନା ଅଛି । ସ୍ପଞ୍ଜ କାରଖାନା ଯୋଗୁଁ ପରିବେଶ କେତେ ପ୍ରଦୁଷିତ ଓ କେତେ ଲୋଙ୍କଙ୍କ ଜୀବନ ଅକାଳରେ ଯିବା ସହ,କେତେ ଆଜି ମରଣ ମୁହଁରେ ଯିଏ ତୃଣମୂଳ ସ୍ତରରେ ଦେଖିଛି ସେ ଜାଣିଛି। ବିଭିନ୍ନ ମହଲରୁ ଆଜି ଶ୍ରଙ୍ଖଳିତ ନାମରେ ଦମନ କରି ଜନଶୁଣାଣୀକୁ ନିନ୍ଦା କରୁଥିବା ବେଳେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପାତ୍ରାସ ଏକ୍କା ଘୋର ନିନ୍ଦା କରିଛନ୍ତି।

nis-ad
Leave A Reply

Your email address will not be published.