ଜିଲ୍ଲା ବିଜେଡିର ଆଗାମୀ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ସୁନ୍ଦରଗଡ଼(୨୩/୦୫) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ସ୍ଥାନୀୟ ଅମ୍ବା ହୋଟେଲ ଠାରେ ଆଗାମୀ ସମବାୟ ନିର୍ବାଚନ ପାଇଁ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରଘୁନାଥପାଲି ବିଧାୟକ ସୁବ୍ରତ ତରେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଥିଲା ।ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡିର ଉପସଭାପତି ମଙ୍ଗଳା କିଷାନ, ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋ, ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଜନ୍ମଜୟ ମହାପାତ୍ର, ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ ଏବଂ ପୂର୍ବତନ ଓସିସିଏଫ ସଭାପତି ବୀରେନ୍ଦ୍ର ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସେମାନଙ୍କର ସମବାୟ ନିର୍ବାଚନରେ ଥିବା ଅଭିଜ୍ଞତା ଏବଂ ଏହି ନିର୍ବାଚନରେ ବିଜୁ ଜନତା ଦଳର ସମସ୍ତ ପ୍ରାଥୀ କିପରି ଜିତି ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ ସଭାପତି ପଦକୁ ଅକ୍ତିଆର କରିହେବ ସେଥିପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗର କାମନା କରି ଥିଲେ । ଠିକ ସମୟରେ ମନୋନୟନ ପତ୍ର ସଂଗ୍ରହ କରି ବିଜେଡିର ସଭ୍ୟସଭ୍ୟା ମାନେ ବହୁତ ସଂଖ୍ୟାରେ ଲ୍ୟାମ୍ପ ଗୁଡିକରେ ଦାଖଲ କରିବା ପାଇଁ କୁହା ଯାଇଥିଲା । ଏହି ସମବାୟ ନିର୍ବାଚନକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଏକ ଛଅ ଜଣିଆ ଷ୍ଟିୟରିଙ୍ଗ କମିଟି ଗଠନ କରା ଗଲା ।

ଏହି କମିଟିରେ ମଙ୍ଗଳା କିଷାନ, ଯୋଗେଶ ସିଂ, ବିନୟ ଟପ୍ପୋ, କୁନ୍ତୀ ପ୍ରଧାନ,ଜନ୍ମଜୟ ମହାପାତ୍ର, ଜୟ ନାରାୟଣ ତ୍ରିପାଠୀ,ସୁମନ୍ତ ପଣ୍ଡା ଏବଂ ବୀରେନ୍ଦ୍ର ପଟେଲ ସଦସ୍ୟ ଅଛନ୍ତି । ଏହି ବୈଠକରେ ବୀରେନ୍ଦ୍ର ପଟେଲ ସଭା ପରିଚାଳନା କରିଥିବା ବେଳେ କୁନ୍ତୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ।ଏହି ବୈଠକରେ ବିଜେଡିର ବରିଷ୍ଠ ନେତା ଜିତୁ ଦାସ, ଜିଲ୍ଲା ବିଜେଡିର ଛାତ୍ର ସଭାପତି ସେହେବାଜ ହୁସେନ, ଜଟିଆ ମୁଣ୍ଡା, ଅମରେଶ ପଣ୍ଡାଙ୍କ ସମେତ ସଦର, ତଲସରା ଓ ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.