ଡେଙ୍ଗୁ ରୋଗରେ ରୋକ୍ ଲଗାଇବା ନିମନ୍ତେ ସ୍ୱତନ୍ତ୍ର ବୈଠକ…

ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ


ଚିତ୍ରକୋଣ୍ଡା:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱର ଖିଲ,ଚିତ୍ରକୋଣ୍ଡା ବି.ଡ଼ି.ଓ. ରଘୁନାଥ ମୁଣ୍ଡାରୀ,ମାଲକାନଗିରି ଆଡିସନାଲ ସି.ଡ଼ି.ଏମ.ଓ. ଧନେଶ୍ୱର ମହାପାତ୍ର,ପିଏ-ଆଇଟିଡିଏ ଟି ର ତ୍ରିନାଥ ମାଝୀ,ମାଟିବନ୍ଧ ଯୋଜନା ର କାର୍ଯ୍ୟନିର୍ବାହୀ ଅଧିକାରୀ କବି ପ୍ରସାଦ ନାଥ,ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ,ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ,ଚିତ୍ରକୋଣ୍ଡା ବନପାଳ ମୃତୁଞ୍ଜୟ ସେଠି ଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ମାର୍କେଟ ର ଦୋକାନ ତଥା ବଜାର କମିଟି ର ସଦସ୍ୟ, ସ୍ଥାନୀୟ ବରିଷ୍ଠ ସମାଜସେବୀ ଦେବେନ୍ଦ୍ର ଦାସ ଏବଂ ଅନିଲ ଗୁପ୍ତା, ବରିଷ୍ଠ ନାଗରିକ ବିଭୁ ପାତ୍ର,ଚିତ୍ରକୋଣ୍ଡା ସରପଞ୍ଚ ହରି ମୋହନ ଖିଲ,ସମିତି ସଭ୍ୟ ରାଜକମଳ ପୁରୋହିତ,ମହିଳା ସ୍ୱାସ୍ଥ୍ୟ କର୍ମୀ ଗୀତାଞ୍ଜଳି ଚର୍ଚ୍ଚି,ଆଶା ଓ ଅଙ୍ଗନବାଡି କର୍ମୀ,ସ୍ଵେଛାସେବି ଅନୁଷ୍ଠାନ,ଥାନା କର୍ମଚାରୀ ମାନଙ୍କୁ ନେଇ ଚିତ୍ରକୋଣ୍ଡା ଡେଙ୍ଗୁ ହଟାଇବା ନେଇ ଏକ ଜରୁରୀ କାଳୀନ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ପ୍ରଶାସନ ଉଦ୍ୟମ ତଥା ସମସ୍ତଙ୍କ ସହଯୋଗରେ ପ୍ରଥମେ ଚିତ୍ରକୋଣ୍ଡା ଦୈନିକ ମାର୍କେଟ ର ଡ୍ରେନ ସଫା ସୁତର କରାଯିବ ପରେ ଦୋକାନୀ ମାନେ ନିଜେ ନିଜେ ଦୋକାନ ଆଗ ସଫା କରି ନିଜେ ଡଷ୍ଟବିନ ରେ ରଖିବେ କିଛି ଦିନ ମଧ୍ୟରେ ପ୍ରଶାସନ ତଥା ପଞ୍ଚାୟତ ଦ୍ଵାରା ଏକ ବେଟ୍ରି ଚାଳିତ ଗାଡି ତାକୁ ଉଠାଇ ବାହାରେ ପକାଇ ନଷ୍ଟ କରିବl ସହିତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଫଗିଙ୍ଗ କରାଯିବ, ଆଶା ଓ ଅଙ୍ଗନବାଡି କର୍ମୀ ଘର ଘର ବୁଲି ମଶାରୀ ଟାଣି ଶୋଇବା ଓ ଘର ଚାରିପାଖରେ ପରିଷ୍କାର ରଖିବା, ପାଣି ଜମା ନହେବାକୁ ଉପରେ ସଚେତନ କରିବାକୁ ଆଲୋଚନା ହୋଇଥିଲା ।

nis-ad
Leave A Reply

Your email address will not be published.