ତିନିଦିନିଆ ସମର କ୍ରିକେଟ ମ୍ୟାଚରେ ସିରିଜ ପୋଛିନେଲା ପୋଲିସ ଟିମ

ଫୁଲବାଣୀ :-ଶୁକ୍ରବାର ଠାରୁ ପୋଲିସ ଓ ପ୍ରେସ ମଧ୍ୟରେ ୩ ଦିନିଆ ସମର କ୍ରିକେଟ ମେଚର ଦ୍ବିତୀୟ ଦିବସରେବି ପ୍ରେସ କ୍ଲବକୁ ହରାଇ ପୋଲିସ ଟିମ ବିଜୟୀ ହୋଇଛି । ଆଜିର ମେଚରେ ପ୍ରେସ କ୍ଲବ ପ୍ରଥମେ ବ୍ୟାଟିଂ କରି ମୋଟ ୧୫ ଓଭରରେ ୭ ଉଇକେଟ ବିନିମୟରେ ୧୨୬ ରନ ସଂଗ୍ରହ କରି ଥିଲା ବିଭୁତି ରଥ ୧୨ ବଲରେ ସର୍ବାଧିକ ୩୧ ରନ କରି ଆଉଟ ହୋଇଥିଲେ। ସେହିପରି ପୋଲିସ ଟିମ ପ୍ରଥମ ୬ ଓଭର ଧିମା ବ୍ୟାଟିଂ କରିଥିବା ବେଳେ ପରବର୍ତ୍ତୀ ଓଭର ଗୁଡିକ ଧୁଆଧାର ବେଟିଂ କରି ଓଭର ପିଛା ୧୦ ରୁ ୧୧ ରନ କରି ୭ ଉଇକେଟ ବିନିମୟରେ ୧୪.୩ ଓଭର ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।ପୋଲିସ ଟିମର ଆର ଆଇ ଧର୍ମେନ୍ଦ୍ର ପ୍ରଧାନଙ୍କ ୧୨ବଲରେ ୧୨ରନ କରି ରିଟାୟାର୍ଡ଼ ହର୍ଟ ହୋଇଥିଲେ । ଜତିନ ୮ ବଲରେ ୨୦, ଅଭିଜିତ ୨୮ ବଲରେ ୨୧ ରନ କରି ଆଉଟ ହୋଇଥିବା ବେଳେପୋଲିସ ଟିମର ଅନନ୍ତ ୨୭ ବଲରେ ୫୩ ରନ କରି ନଟ ଆଉଟ ରହି ଦଳକୁ ବିଜୟୀ କରିଥିଲେ ।ପ୍ରେସ କ୍ଲବ ସଭାପତି ସୁନିଲ ପଟ୍ଟନାୟକ ସମ୍ପାଦକ ପ୍ରଶାନ୍ତ ବେହେରା,ସନ୍ତୋଷ ଦିଗଲ ରମେଶ ଚନ୍ଦ୍ର ପ୍ରଧାନ, ଶିବରାମ ନାୟକ, ଅଜିତ ମହାରଣା, ଜୟସେନ ପରିଡା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବିକାଶ ମିଶ୍ର, ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.