ଭଲ ପାଇ ଭୁଲ୍‌ କଲି, ଭୁଲ ନିଷ୍ପତ୍ତିର ଭୋଗୁଛି ଫଳ: ଅନୁଭବ

ଭୁବନେଶ୍ୱର: ଦିନକୁ ଦିନ ଅଧିକ ଛନ୍ଦି ହେବାରେ ଲାଗିଛି ବର୍ଷା ଅନୁଭବ ବିବାଦ । ତାଙ୍କ ପାରିବାରକ ମାମଲା ଏବେ କୋର୍ଟରେ ଚାଲିଥିବାବେଳେ ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ । ୟ୍ୟୁଟ୍ୟୁବରେ ଭିଡିଓ ସେୟାର କରି ବଖାଣିଛନ୍ତି ନିଜ ମନର ଅକୁହା ସତ । ଭିଡିଓ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଭିଡିଓରେ ସେ ତାଙ୍କ ପରିବାର, ସମ୍ପର୍କ ଓ ପଲିଟିକାଲ୍ କ୍ୟାରିୟର ବିଷୟରେ କହିଛନ୍ତି। ଏପରିକି ସେ ଭାବବିହ୍ୱଳ ହୋଇପଡ଼ିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ‘ଭଲ ପାଇ ଭୁଲ୍ କଲି । ଜୀବନରେ ଗୋଟିଏ ମାତ୍ର ଭୁଲ କରିଛି ତାହା ହେଉଛି ଜୀବନ ସାଥୀ ବାଛିବାରେ। ମୁଁ ତାଙ୍କୁ ପ୍ରକୃତରେ ଭଲ ପାଉଥିଲି। ହେଲେ ମୋ ଘରେ କେହିବି ରାଜି ନଥିଲେ। ଏପରିକି ତାଙ୍କ ଘରେ ମଧ୍ୟ କେହିବି ରାଜି ନଥିଲେ । ୨୦୦୮ ମସିହାରେ ଜଣକୁ ଭଲ ପାଇଲି । ୨୦୧୪ରେ ତାଙ୍କୁ ବିବାହ କଲି। ତାପରଠୁ କେବେ ବି ଅନ୍ୟ ଝିଅ ସମ୍ପର୍କରେ ଭାବି ନାହିଁ । ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ନନେଇ ବି ତାଙ୍କ ଇସାରାରେ ଅନେକ କିଛି କହିଛନ୍ତି ଅନୁଭବ। ଏହି ଭିଡିଓକୁ ଫେସ୍ବୁକ୍ରେ ‘ ଅନୁଭବ ମହାନ୍ତି ଦି ରିଅଲ୍ ହିରୋ ଅଫ କେନ୍ଦ୍ରାପଡ଼ା’ ସେୟାର କରିଛି।

nis-ad
Leave A Reply

Your email address will not be published.