ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ନାହିଁ ବାତ୍ୟା ଭୟ

ଭୁବନେଶ୍ବର: ଆଜି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଫଳରେ ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ବର୍ଷା ହୋଇପାରେ ବୋଲି ଆଜି ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଶୀତର ପ୍ରଭାବ କିପରି ରହିବ ସେନେଇ ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନ ଏଲିନୋ ସକ୍ରିୟ ନାହିଁ ଲାନିନା ସକ୍ରିୟ ରହିଛି । ପ୍ରଶାନ୍ତ ମହାସାଗରରେ ନ୍ୟୁଟ୍ରାଲ୍‌ ଏଲିନୋ କଣ୍ଡିସନ୍‌ ଚାଲିଛି । ଲାନିନା ସକ୍ରିୟ ହେଲେ ଉତ୍ତର ଭାରତରେ ଶୀତର ପ୍ରଭାବ ବଢିବ । ତେଣୁ ତାକୁ ଅନୁଧ୍ୟାନ କଲେ କେତେ ପରିମାଣରେ ଥଣ୍ଡା ବଢ଼ିବ ଜଣାପଡିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

nis-ad
Leave A Reply

Your email address will not be published.