ଜିଲ୍ଲାପାଳଙ୍କୁ ଭେଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କଲା ସୁନ୍ଦରଗଡ଼ ବିଜୁ ଜନତା ଦଳ…


ସୁନ୍ଦରଗଡ଼ : ଆଜି ପୂର୍ବତନ ମନ୍ତ୍ରୀ, ସାଂସଦ, ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ମଙ୍ଗଳା କିଷାନଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଗତ କିଛି ବର୍ଷ ହେଲା ସୁନ୍ଦରଗଡ଼ସ୍ଥିତ ନାରୀକଲ୍ୟାଣ କେନ୍ଦ୍ର ପାଖରେ ଥିବା ତିନି କୋଣିଆ ଛକ ଠାରେ ଓଡିଶାର ଗର୍ବ ଓ ଗୌରବ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଏହି ଛକର ନାମ ଗୋପବନ୍ଧୁ ଛକ ନାମରେ ନାମିତ କରା ଯିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଉଥିବା ବିଷୟରେ ଅବଗତ କରାଇଥିଲେ। ଗତ ବର୍ଷ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ତତ୍କାଳୀନ ମୁନିସିପାଲିଟି ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହା ଓ ବର୍ତ୍ତମାନ ମଧ୍ୟ୍ୟ କାର୍ଯ୍ୟରତ ଥିବା ଏମ.ଇ ମାନସ ରଞ୍ଜନ ପାଳଙ୍କୁ ସାଙ୍ଗରେ ନେଇ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବା ସ୍ଥଳକୁ ପରିଦର୍ଶନ କରି ସ୍ଥାନ ଚୂଡାନ୍ତ ହେବା ପରେ ଏହାର ଟେଣ୍ଡର ମଧ୍ୟ୍ୟ ହୋଇ ସାରିଛି । ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ମଙ୍ଗଳା କିଷାନ ଏହି ଅହେତୁକ ବିଳମ୍ବ ପାଇଁ ଉଦବେଗ ପ୍ରକାଶ କରିବା ସହିତ ହେବା ସହିତ ଅସନ୍ତୋଷ ଜାହିର କରିଥିଲେ ଏବଂ ଏହାର କାର୍ଯ୍ୟାନ୍ଵୟନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ପଚାରି ଥିଲେ।ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ ପୂର୍ବରୁ ଏହି ପ୍ରତିମୂର୍ତ୍ତି ସ୍ଥାପନ ଲାଗି ସେ ନେଇଥିବା ସବୁ ପଦକ୍ଷେପ ବିଷୟରେ ଜିଲ୍ଲାପାଳଙ୍କୁ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିବା ସହିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିର୍ଦ୍ଧାରିତ ସ୍ଥାନରେ ଶୀଘ୍ର ସ୍ଥାପନ କରିବାକୁ ମୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେବା ସହିତ ଏହି ଛକର ନାମକୁ ଗୋପବନ୍ଧୁ ଛକ ନାମରେ ନାମିତ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଵା ସହିତ ଏକ

ଦାବିପତ୍ର ମଧ୍ୟ୍ୟ ଦେଇ ଥିଲେ । ଏହି ଦାବିପତ୍ର ଦେବା ସମୟରେ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ମଧ୍ୟ୍ୟ ଉପସ୍ଥିତ ଥିଲେ । ଜିଲ୍ଲାପାଳ କଲ୍ୟାଣ ଦାବିକୁ ଶୁଣିବା ପରେ ନିର୍ଦ୍ଧାରିତ ସ୍ଥାନରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଖୁବ ଶୀଘ୍ର ସ୍ଥାପନ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇ ଥିଲେ ।ଏହି ପ୍ରତିନିଧି ମଣ୍ଡଳୀରେ ମଙ୍ଗଳା କିଷାନଙ୍କ ସହିତ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ, ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଜନ୍ମଜୟ ମହାପାତ୍ର,ବିଜେଡିର ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତୁ ଦାସ,ୱାର୍ଡ କାଉନସିଲର ଅନିଲ ମହାପାତ୍ର, ଜଗଦୀଶ ସାହୁ, ଅଶୋକ ରାଉତରାୟ ଏବଂ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.