‘କ୍ଷମତାରେ ନଥିଲେ ବି ସେବା କରି ଚାଲିବି’ : ନବୀନ ପଟ୍ଟନାୟକ

ଭୁବନେଶ୍ୱର : କ୍ଷମତାରେ ଥାଏ ବା ନଥାଏ ଆପଣମାନଙ୍କର ସେବା ମୁଁ ସବୁବେଳ କରିଆସିଛି ।  ଶେଷ ପର୍ଯ୍ୟନ୍ତ ଓଡ଼ିଶା ମାଟିର , ଓଡ଼ିଶା ବାସୀଙ୍କ ସେବା କରିଚାଲିବି ।  ଆଜି ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରି ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।  ରାଜ୍ଯ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ନବୀନ । କହିଛନ୍ତି, ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ କରିପାରନ୍ତି ।

ରଙ୍ଗ ବଦଳାଇ ପାରନ୍ତି କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ । ୨୦୨୪ ନିର୍ବାଚନରେ ବିଜେପି ସିଟ ଅଧିକ ପାଇଛି କିନ୍ତୁ ବିଜେଡି ଅଧିକ ଭୋଟ ପାଇଛି । ବିଜେପିର ମିଛ ପ୍ରତିଶ୍ରୁତି ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ବିଜେଡି କର୍ମୀମାନେ ଏକ୍ସପୋଜ କରିବେ । ଲୋକଙ୍କ ସ୍ୱର ସହ ଯୋଡ଼ି ହେବା ପାଇଁ ପଦଯାତ୍ରା ହେଉଛି ସବୁଠୁ ଶକ୍ତିଶାଳୀ ମାଧ୍ୟମ । ବିଜେଡିର ପଦଯାତ୍ରା ଏବେ ସାମାଜିକ ବିପ୍ଳବରେ ପରିଣତ ହୋଇଛି ।

ଦଳ କାମରେ ବିଶ୍ବାସ କରେ । ଡବଲ ଇଞ୍ଜିନ ରାଜ୍ୟଠୁ ଓଡ଼ିଶା ଆଗରେ ଅଛି । ୨୪ ବର୍ଷରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି । ୨୦୦୦ ମସିହାରେ ୭୦% ଗରିବୀ ଥିଲା, ଆଜି ୧୦% ପହଞ୍ଚିଛି। BSKYରେ ଲୋକମାନେ ଅଧିକ ସୁବିଧା ପାଉଥିଲେ ବୋଲି କହିଛନ୍ତି ନବୀନ । ଦୁଇ ପର୍ଯ୍ୟାୟରେ ଚାଲିବ ବିଜେଡିର ଜନ ସଂପର୍କ ପଦଯାତ୍ରା । ପ୍ରଥମ ପର୍ଯ୍ୟାୟରେ ଆଜି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଅକ୍ଟୋବର ୬ ପର୍ଯ୍ୟନ୍ତ ଚାଲିବ ।

nis-ad
Leave A Reply

Your email address will not be published.