ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବ୍ରହ୍ମପୁର : ଚକ୍ଷୁ ମନୁଷ୍ୟର ଅଙ୍ଗ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଓ ଅମୁଲ୍ୟ। ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଶଙ୍କର ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ୱାର୍ଡ ନମ୍ବର ୦୨ ଅନ୍ତର୍ଗତ ବିଶ୍ୱକର୍ମା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି ।

ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଓ୍ବାର୍ଡ ନଂ ୨ କୋରପରେଟର ଏନ ଆପ୍ପାରାଓ ଓ ବହୁ ମାନ୍ୟଗନ୍ୟା ବ୍ୟକ୍ତିଙ୍କ ସମେତ ବିଶ୍ବକର୍ମା ମନ୍ଦିର ଉନ୍ନୟନ କମିଟିର ସଭାପତି ଓ କମିଟିର ବହୁ ସଂଖ୍ୟକ ସଦସ୍ୟ ଓ ମହାନଗର ବି ଜେ ଡି ଯୁବ ସଭାପତି ଅଜିତ କୁମାର ପଣ୍ଡା,ଯୁବ ଆଇନଜୀବୀ ଅସିତ କୁମାର ସାବତ, ବାବୁଲା ଦାଶ,ପିଙ୍କୁ ସାବତ, ଭଗବାନ ସାହୁ,ଅନିଲ କୁମାର ଚୌଧୁରୀ ପ୍ରକାଶ ମହାରଣା ଏବଂ ମାସ୍କୋ ଓ କାର୍ଡର ସଭାପତି ଡାକ୍ତର ରାମ କୃଷ୍ଣ ସାହୁ ଓ ଅନ୍ୟାନ୍ୟ ଅଞ୍ଚଳ ବାସିନ୍ଦାଙ୍କ ସହଯୋଗ ଓ ସହାୟତାରେ ୭୨ ଜଣ ରୋଗୀ ନିଜ ନିଜର ଚକ୍ଷୁ ପରୀକ୍ଷା କରିଥିଲେ, ସେଥିମଧ୍ୟରୁ 35 ଜଣଙ୍କୁ ପରଳ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମୋରଝଳ କୁ ନିଆଯାଇଥିଲା ।

nis-ad
Leave A Reply

Your email address will not be published.