ESI ବିଭାଗରେ ନୂତନ ଡାକ୍ତର ଏବଂ ପାରାମେଡିକ୍ସଙ୍କ ପାଇଁ ଓରିଏଣ୍ଟେସନ ପ୍ରୋଗ୍ରାମ୍

ଭୁବନେଶ୍ୱର : ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯାଇଛନ୍ତି ରାଜ୍ୟ ସରକାର । ଭର୍ଚୁଆଲ ମାଧ୍ୟମରେ ନୂତନ ଡାକ୍ତର ଏବଂ ପାରାମେଡିକ୍ସ ଙ୍କ ନିଯୁକ୍ତି କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୫୫ ନୂତନ ଡାକ୍ତର ଏବଂ ୫୯ ଜଣ ପାରାମେଡିକ୍ସ ଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ସେବା ମୋ ସରକାର ର ପ୍ରମୁଖ ପାଥମିକତା ହୋଇଥିବା ବେଳେ ଲୋକମାନଙ୍କୁ ନିରନ୍ତର ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଉଦ୍ୟମ କରୁଥିବା କହିଛନ୍ତି ନବୀନ ପଟ୍ଟନାୟକ ।

ଆଦିବାସୀ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ ସେବା କୁ ଉନ୍ନତ ମାନର କରିବାକୁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ସଙ୍କଳ୍ପବଦ୍ଧ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଶାସନ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ସହିତ ଲୋକଙ୍କୁ ସଶକ୍ତ କରିବା ପାଇଁ ୫ଟି ମୋ ସରକାର ପକ୍ଷରୁ ପଦକ୍ଷେପ ନିଆଯାଉଛି । ତଥ୍ୟ ଅନୁଯାୟୀ ୯୨ ପ୍ରତିଶତ ରୁ ଅଧିକ ରୋଗୀ ଜନସ୍ୱାସ୍ଥ୍ୟ ସେବାରେ ସନ୍ତୁଷ୍ଟ ରହିଛନ୍ତି । ନୂତନ ଡାକ୍ତର ଲୋକଙ୍କ ଆଶା ପୂରଣ କରିବା ସହ ସମସ୍ତ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଓଡିଶା ଆଗକୁ ଏକ ଅଗ୍ରଣୀ ରାଜ୍ୟ ହେବା ନେଇ ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି , ସ୍ୱାସ୍ଥ୍ୟ କ୍ଷେତ୍ର ରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରା କାର୍ଯ୍ୟ କରୁଛନ୍ତି । ଏହା ସହ ୪ ଟି ଇଏସଆଇ ଡାକ୍ତର ଏବଂ ୧୨ ଟି ଡିସପେନସାରି ଖୋଲିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଶିଳ୍ପାୟନ ବୃଦ୍ଧି ସହିତ କର୍ମଜୀବୀ ସୃଷ୍ଟି ହେଉଛି , ସେମାନେ ଇଏସଆଇ ସ୍ୱାସ୍ଥ୍ୟ ବୀମା ରେ ମଧ୍ୟ ଉପକୃତ ହୋଇ ପାରିବେ ।

nis-ad
Leave A Reply

Your email address will not be published.