ବାତ୍ୟା ଅଞ୍ଚଳର ପ୍ରଭାବିତଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କଲା TPCODL

ଆଇଏମ୍‌ଡିର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ସୃଷ୍ଟି ହୋଇଥିବା ଲଘୁଚାପ ଆଠ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହେବା ଆଶା କରାଯାଉଛି । ବାତ୍ୟା ସ୍ଥିତି ଉତ୍ପନ୍ନ ହେଲେ ଏହାର ମୁକାବିଲା କରିବା ଲାଗି, ଟିପିସିଓଡିଏଲ୍‌ର ପକ୍ଷରୁ ଏକ ସମ୍ପୂର୍ଣ୍ଣ ବ୍ୟବସାୟ ନିରବଚ୍ଛିନ୍ନତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମ୍‌ପି) ପ୍ରସ୍ତୁତ କରାଯାଇଛି ।

ଏହି ଡିସ୍‌କମ୍ ପକ୍ଷରୁ ବିଦ୍ୟୁତ୍ ବିଭ୍ରାଟକୁ ସୁଧାରିବା ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକୀୟ ଉପକରଣ ବ୍ୟବସ୍ଥା କରାଯାଇଛି ଏବଂ ବାତ୍ୟା ପରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଲାଗି ସମ୍ଭାବ୍ୟ ପ୍ରଭାବିତ ସ୍ଥାନକୁ ସେଗୁଡ଼ିକୁ ପଠାଯାଇଛି ।

ଟିପିସିଓଡିଏଲ୍‌ର ବିସିଡିଏମ୍‌ପିର ସାମିଲ ରହିଛି ତୀବ୍ରତା ଆଧାରରେ ବିପର୍ଯ୍ୟୟର ବର୍ଗୀକରଣ ସହିତ ଏକ କାର୍ଯ୍ୟାନୁଷ୍ଠାନ ଯୋଜନା । ଏଥିରେ ବିପର୍ଯ୍ୟୟ ଆଲର୍ଟ ଗ୍ରହଣ କରିବା, ସେଗୁଡ଼ିକୁ ତଦାରଖ କରିବା ସହିତ ବିପର୍ଯ୍ୟୟ ପରିଚାଳନା ଲାଗି ଏକ ବ୍ୟବସ୍ଥିତ ବ୍ୟବସ୍ଥା ରହିଛି ।ଯେକୌଣସି ପ୍ରକାର ଆପାତକାଳୀନ ସ୍ଥିତିର ମୁକାବିଲା ଏବଂ ବିଦ୍ୟୁତ୍ ଯୋଗାଣ ପାଇଁ ଗ୍ରାହକ ମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଟିପିସିଓଡିଏଲ୍ ସର୍ବଦା ପ୍ରସ୍ତୁତ ରହିଛି । ଲାଇସେନ୍ସ ପ୍ରାପ୍ତ ଅଂଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉତ୍ସର୍ଗୀକୃତ ଦ୍ରୁତ ପ୍ରଶମନ ଟିମ୍ ମୂତୟନ କରାଯାଇଛି । ଯେ କୌଣସି ପ୍ରକାର ଜରୁରୀକାଳୀନ ସେବା ଲାଗି ଗ୍ରାହକମାନେ ୨୪ ଘଂଟିଆ କଲ୍ ସେଂଟରର ଦେୟମୁକ୍ତ ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨ରେ କଲ୍ କରିପାରିବେ କିମ୍ବା ଟିପିସିଓଡିଏଲ୍ ମିତ୍ର ଆପ୍ କିମ୍ବା ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିପାରିବେ । ସୁରକ୍ଷା ଦୃଷ୍ଟିରୁ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ନକରିବାକୁ ପ୍ରଭାବିତ ଅଂଚଳର ଲୋକଙ୍କୁ ଟିପିସିଓଡଏି ଲ୍ ପକ୍ଷରୁ ଅନୁରୋଧ କରାଯାଇଛି।

ଘଡ଼ଘଡ଼ି ମାରିବା ସମୟରେ କୌଣସି ତାର କିମ୍ବା ଭିତର ପାଇପ୍‌କୁ ସ୍ପର୍ଶ କରନ୍ତୁ ନାହିଁ କାରଣ ଟେଲିଫୋନ୍ ତାର / ଧାତବ ପାଇପ୍‌ରେ ବିଦ୍ୟୁତ ପ୍ରବାହିତ ହୋଇପାରେ ।
ବର୍ଷା ପଡ଼ୁଥିବା, ଘଡ଼ଘଡ଼ି ମାରୁଥିବା ଓ ଜୋର୍‌ରେ ପବନ ବୋହୁଥିବା ସମୟରେ କୌଣସି ଗଛ / ଅସ୍ଥାୟୀ ଢ଼ାଂଚା ତଳେ ରୁହନ୍ତୁ ନାହିଁ ।
ଓଦା ହାତରେ କିମ୍ବା ଗ୍ଲୋଭ୍‌ସ, ସୁରକ୍ଷା ଜୋତା ବ୍ୟବହାର ବିନା କିମ୍ବା ଇନ୍‌ସୁଲେଟେଡ୍ ପ୍ଲାଟ୍‌ଫର୍ମରେ ଛିଡ଼ାନହୋଇ କୌଣସି ବିଦ୍ୟୁତ ସ୍ଥାପନାକୁ ସ୍ପର୍ଶ କରନ୍ତୁ ନାହିଁ ।
ବୃଷ୍ଟିପାତ ପରେ ବନ୍ୟା ଭଳି ବୋହୁଥିବା ନାଳ ପାଖକୁ ପିଲାମାନଙ୍କୁ ଯିବାକୁ ଦିଅନ୍ତୁ ନାହିଁ ।
ଟିପିସିଓଡିଏଲ୍ ପକ୍ଷରୁ ସମସ୍ତ ବିତରଣ ସବ୍‌ଷ୍ଟେସନ୍‌ରେ ଉପକରଣଗୁଡ଼ିକର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣକୁ ନିଶ୍ଚିତ କରାଯାଇଛି । ଜରୁରୀକାଳୀନ ସ୍ଥିତିର ମୁକାବିଲା ଲାଗି ଭ୍ରାମ୍ୟମାଣ ସବ୍‌ଷ୍ଟେସନ୍ ଓ ଡିଜି ସେଟ୍ ପ୍ରସ୍ତୁତ ରଖାଯାଇଛି । ପ୍ରାକ୍ ବାତ୍ୟା ପ୍ରସ୍ତୁତିର ଅଂଶ ସ୍ୱରୂପ ବିଭିନ୍ନ ସ୍ଥାନରେ ଗଛ ଡାଳ କଟାଯାଇଛି । ଉତ୍ସର୍ଗୀକୃତ ଟିମ୍ ସହିତ ଅତ୍ୟାବଶ୍ୟକ ସ୍ପେୟାର୍‌ପାର୍ଟ୍‌ସ, ଟୁଲ୍‌ସ ଓ ଉପକରଣ ଯଥା ଟ୍ରାନ୍ସଫର୍‌ମର୍‌, ସ୍ୱିଚ୍‌ଗିୟର୍ ଆଦି ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରଖାଯାଇଛି ଯାହା ବିଦ୍ୟୁତ ବିଭ୍ରାଟକୁ ସ୍ୱାଭାବିକ କରିବାରେ ଲାଗୁଥିବା ସମସୟକୁ ହ୍ରାସ କରିବ ।

nis-ad
Leave A Reply

Your email address will not be published.