ବାଲିଘାଟ ଚଢ଼ାଉ ପୂର୍ବରୁ ଦିଆଯାଉଛି ଖବର : ପ୍ରଶାସନ ର ଚଢ଼ାଉ କେବଳ ଧର୍ମକୁ ଆଖି ଠାର …!
ଅଫିସର.. ନେତା.. ଓ ମାଫିଆ ମାନଙ୍କ ମଧ୍ୟରେ ଚୋରା ପୀରତି…!!
ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବର୍ତ୍ତମାନ ମାଫିଆ ମାନଙ୍କ ନିୟନ୍ତ୍ରଣ ରେ ରହିଛି କହିଲେ କିଛିବି ଭୁଲ ହେବ ନାହିଁ ସେ ବାଲି ମାଫିଆ ହେଉ କିମ୍ବା ମଦ ମାଫିଆ ଆଉ ଜମି ମାଫିଆ ମାନଙ୍କ କଥା ନକହିବା ଭଲ l ଜିଲ୍ଲା ପ୍ରଶାସନ ଅଧିକାରୀ ଙ୍କ ଆଶ୍ରିବାଦ ଏହି ମାଫିଆ ମାନଙ୍କ ଉପରେ ରହିଛି l ସରକାରୀ ନିୟମ କେବଳ କାଗଜ କଲମ ରେ ହିଁ ସୀମିତ କହିଲେ ଚଳେ l ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର ଆସିକା ବଡ଼ନଦୀ ଓ ଋଷିକୂଲ୍ୟା ନଦୀରୁ ଚୋରା ବାଲି ଚାଲାଣ ରୀତିମତ ହେଉଛି। ଗତ ମଙ୍ଗଳବାର ଦିନ ରାତ୍ର ସମୟ ରେ ଆସିକା ରାଜସ୍ୱ ବିଭାଗ ଓ ପୋଲିସ ପକ୍ଷରୁ ବେଆଇନ ବାଲି ଘାଟ ଉପରେ ଚଢ଼ାଉ ହୋଇଥିଲା।ପୂର୍ବ ସୂଚନା ପାଇ ବାଲି ମାଫିଆ ମାନେ ବାବୁ ମାନେ ଯିବା ପୂର୍ବରୁ ଘାଟରୁ ଗାଡ଼ି ସବୁ ନେଇ ଚାଲିଯାଇ ଥିବା ନେଇ ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳରେ ଏବେ ବାଲି ମାଫିଆ ଓ କୁଜି ନେତା ମାନଙ୍କ ମଧ୍ୟରେ ଚୋରା ବାଲିକୁ ନେଇ ପ୍ରତି ଦ୍ବନ୍ଦିତା ଦେଖିବାକୁ ମିଳୁଛି। ଏହି ସବୁ ଚୋରା ବାଲି ବ୍ୟବସାୟ ପଛରେ ନେତା ଠାରୁ ଆରମ୍ଭ କରି ବିଭାଗୀୟ ବାବୁ ମାନଙ୍କ ଆଶୀର୍ବାଦ ଥିବା ଯୋଗୁଁ ଅଭିଯୋଗ କରିଲେ କୌଣସି ସୁଫଳ ମିଳୁନି ବୋଲି ଚୋରା ବାଲି ଚାଲାଣ ହେଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ଏହା ପ୍ରଶାସନ ର ଚଢାଉ କେବଳ ଧର୍ମକୁ ଆଖିଠାର l ବାବୁ ମାନଙ୍କୁ ସାଇଲେନ୍ସ ପ୍ଲିଜ କରିବା ଯୋଗୁଁ ଚୋରା ବାଲି ମାଫିଆ ମାନେ ଖୁଲାମ ଖୁଲା ବାଲି ଚାଲାଣ କରୁଥିବା ଚର୍ଚ୍ଚା ହେଉଛି। ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଥାଇବି ଏଭଳି ଲଘୁ ଖଣିଜ ଲୁଟ ହେଉଛି।ଏହି ଚୋରା ବାଲି କାରବାର ପଛରେ ଥିବା ଅଦୃଶ୍ୟ ଶକ୍ତି କିଏ ବୋଲି ଲୋକେ କହିଲେଣି। ଯେଉଁ ସବୁ ଅଞ୍ଚଳରେ ଚୋରା ବାଲି ଚାଲାଣ ହେଉଛି। ସେ ଅଞ୍ଚଳର ଗ୍ରାମବାସୀ ମାନେ ପ୍ରତିରୋଧ ଓ ଅଭିଯୋଗ କରିଲେ କୌଣସି ସୁଫଳ ମିଳୁନି। ବାବୁ ମାନଙ୍କ ଆଶୀର୍ବାଦ ଯୋଗୁଁ ମାଫିଆ ମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି,ବୋଲି ଗ୍ରାମବାସୀ କହୁଛନ୍ତି। ସୂଚନା ଥାଉକି ଆସିକା ବିଧାୟକ ବାଲି ଗୁତା ଧାରୀଙ୍କୁ ବଟି ମାଗିବା ଅଡିଓ ଭାଇରଲ ହେବା ଖବର ଜିଲ୍ଲା ରୁ ରାଜ୍ୟରେ ଚହଳ ପକାଇ ଥିଲା ଯାହାକୁ ନେଇ ତଦନ୍ତ ପାଇଁ ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ ଙ୍କୁ କୁହାଯାଇଛି କିନ୍ତୁ ତାହା ମଧ୍ୟ ନାଲି ଫିତା ତଳେ ଦାବୀ ଦିଆଯାଇଛି l ଏଠାରୁ ସ୍ପଷ୍ଟ ଜେ ଚୋରା ବାଲି ବ୍ୟବସାୟ ରେ ଅଫିସର.. ନେତା.. ଓ ମାଫିଆ ମାନଙ୍କ ମଧ୍ୟରେ ଚୋରା ପୀରତି ହୋଇ ଯାଇଛି ସବୁ କିଛି ଫିକ୍ସଙ୍ଗ ମଧ୍ୟ ସରିଛି ତେଣୁ ପ୍ରଶାସନ ର ଚଢାଉ କେବଳ ଲୋକ ଦେଖାଣିଆ କହିଲେ କିଛିବି ଭୁଲ ହେବ ନାହିଁ l ଯିଏ ଅଭିଯୋଗ କରିବ ତାହା ଜୀବନ ପ୍ରତି ବି ବିପଦ ରହିଛି ବୋଲି ସାଧାରଣ ରେ ଅଭିଯୋଗ ହେଉଛି ତେଣୁ ଲୋକ ପ୍ରଶାସନ କୁ ଅଭିଯୋଗ କରିବାକୁ ଭୟ କଲେଣି…