ଡିସେମ୍ବର ୪ ତାରିଖରେ ପୁରୀରେ ପାଳନ ହେବ ନୌସେନା ଦିବସ, ଯୋଗ ଦେବେ ରାଷ୍ଟ୍ରପତି

ପୁରୀ : ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀରେ ପାଳନ ହେବ ନୌସେନା ଦିବସ। ପୁରୀ ସମୁଦ୍ର ତଟରେ ଯୁଦ୍ଧ କୌଶଳ ଦେଖାଇବେ ଭାରତୀୟ ନୌବୀର ।  ଏଥିରେ ମୁଖ୍ୟ ଅତିଥି ଭାବେ ତିନି ସେନାର ସୁପ୍ରିମ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ।  ସେହି ଦିନ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।  ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ସାମିଲ ହେବେ ।

୩ ତାରିଖ ଅପରାହ୍ନରେ ନୌସେନା ପକ୍ଷରୁ ଡେମୋ ପ୍ରଦର୍ଶନ କରାଯିବ। ନୌସେନା ଦିବସରେ ପ୍ରାୟ ୭ହଜାର ୫୦୦ ଅତିଥିଙ୍କ ସମେତ ଲକ୍ଷାଧିକ ଜନସାଧାରଣଙ୍କ ସମାଗମ ସମ୍ଭାବନା ରହିଛି ।  ଏସବୁକୁ ନଜରରେ ରଖି ଶ୍ରୀମନ୍ଦିରରୁ ରାଜଭବନ, ହେଲିପ୍ୟାଡରୁ ବେଳାଭୂମି ସବୁଠି ଚାଲିଛି ପ୍ରସ୍ତୁତ କାର୍ଯ୍ୟ ।  ୧୧ଟି ଅସ୍ଥାୟୀ ହେଲିପ୍ୟାଡ ପ୍ରସ୍ତୁତ କରାଯାଉଥିବାବେଳେ ବେଳାଭୂମିରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି ।

ଏହି କାର୍ଯ୍ୟକ୍ରମ ଲାଗି ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସକୁ ସର୍ବସାଧାରଣଙ୍କ ପାଇଁ ୯ ଦିନ ବନ୍ଦ କରାଯାଇଥିବାଳେ ୧୦ ଦିନ ସମୁଦ୍ରରେ ମାଛଧରା ଉପରେ କଟକଣା ଲଗାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ତଥା ନୌସେନା ଦିବସ ପାଳନକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ବେଳାଭୂମିକୁ ଉଠା ଦୋକାନୀ ମୁକ୍ତ କରାଯିବ ।  ବେଳାଭୂମି ମାର୍ଗରେ ପର୍ଯ୍ୟଟକ ତଥା ଦେଖଣାହାରୀଙ୍କ ପାଇଁ ୧୦୦ଟି ଅସ୍ଥାୟୀ ଶୌଚାଳୟ ହେବ।

ସମଙ୍ଗ ପାର୍କିଂରେ ୭ଟି ଅସ୍ଥାୟୀ ହେଲିପ୍ୟାଡ଼ ଓ ବାରିକେଡ ନିର୍ମାଣ କରାଯାଉଛି।  ନୌସେନା ଦିବସରେ ୨୪ ସାମୁଦ୍ରିକ ଜାହାଜ ଓ ୪୦ ଏୟାରକ୍ରାଫ୍ଟ ସହ ଲେଜର ସୋ ପ୍ରଦର୍ଶିତ ହେବ ।  ନୌସେନାର ଅପରେସନାଲ ଡେମୋ ଏକସରସାଇଜ ଓ ରାଷ୍ଟ୍ରପତି ତଥା ଭିଭିଆଇପିଙ୍କ ଗସ୍ତ ପାଇଁ ୮୦ ପ୍ଲାଟୁନ ଫୋର୍ସ ଓ ୩୦୦ ଅଧିକାରୀ ମୁତୟନ ହେବେ ।

nis-ad
Leave A Reply

Your email address will not be published.