ଚିତ୍ରକୋଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମସ୍ୟା ଅନୁଧ୍ୟାନ କରି ଦୁଇ ମହଲା ଘର କରିବାକୁ ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ

ଚିତ୍ରକୋଣ୍ଡା(୦୯/୦୫) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ବାଲିମେଳା ମାଟିବନ୍ଧ ଯୋଜନା ପ୍ରକଳ୍ପ ସମୟରେ ୧୯୬୪ ମସିହାରୁ ଆରମ୍ଭ ହୋଇଥିଲା | ପ୍ରଥମେ ଉକ୍ତ ପ୍ରକଳ୍ପ ବିଦ୍ୟାଳୟକୁ ସରକାର ଟିଣ ଛପର ଘର କରି ନିର୍ମାଣ କରିଥିଲେ | ଆଜି ସୁଦ୍ଧା ସେହି ବିଦ୍ୟାଳୟ ଘରେ ପାଠ ପଢ଼ା ଚାଲି ଆସୁଅଛି l ଯେଉଁ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଶିକ୍ଷାର୍ଥୀ ପାଠ ପଢ଼ନ୍ତି କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଉକ୍ତ ବିଦ୍ୟାଳୟ ଘର ଟିଣ ଗୁଡ଼ିକର ଅବଧି ଅଠାବନ ବର୍ଷ ହେଲାଣି, ବର୍ଷା ଦିନେ ଟିଣରୁ ପାଣି ଗଳୁଛି ବିଦ୍ୟାଳୟରେ ଶୈକ୍ଷିକ କାର୍ଯ୍ୟକ୍ରମ ଚାଲିବା ଏବଂ ପିଲାଏ ପାଠ ପଢିବାରେ ସମସ୍ୟା ସୃଷ୍ଟି ହେଉଥିଲା l

ଆଜି ଚିତ୍ରକୋଣ୍ଡା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଉକ୍ତ ଚିତ୍ରକୋଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଚିତ୍ରକୋଣ୍ଡା ସରପଞ୍ଚ ହରିମୋହନ ଖିଲ ଓ ସମିତି ସଭ୍ୟ ରାଜକମଳ ପୁରୋହିତ, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ଏବଂ ସମାଜସେବୀ କ୍ଷୀରୋଦ ବେହେରା, ରବୀନ୍ଦ୍ର ପାଢ଼ୀ ଏବଂ ବରିଷ୍ଠ ନାଗରିକ ଦେବେନ୍ଦ୍ର ଦାସ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଙ୍ଗ ଙ୍କୁ ବିଦ୍ୟାଳୟରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ଜଣାଇବା ପରେ ତତକ୍ଷଣlତ ଜିଲ୍ଲାପାଳ ଚିତ୍ରକୋଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆବେଦନକାରୀଙ୍କ ସମେତ ଚିତ୍ରକୋଣ୍ଡା ବିଡ଼ିଓ ଟି.ପଦ୍ମନାଭ ଦୋରା ଓ ଜିପିଓ ହେମନ୍ତ କୁମାର ଭୂୟାଁ ଙ୍କୁ ସାଙ୍ଗରେ ନେଇ ବିଦ୍ୟାଳୟ କୁ ବୁଲି ବିଦ୍ୟାଳୟର ସ୍ଥିତି ଦେଖି ଜାଣିବା ପରେ ବିଦ୍ୟାଳୟ ସମ୍ପୂର୍ଣ ଭାବରେ ଦୁଇ ମହଲା ବିଶିଷ୍ଠ ବିଦ୍ୟାଳୟ ନିର୍ମାଣ କରାଇବା ନିମନ୍ତେ ଶିକ୍ଷା ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବା ସହିତ ବିଦ୍ୟାଳୟର ଖେଳ ପଡିଆ, ବିଦ୍ୟାଳୟ ପରିସରରେ ପାଣି ଜମୁ ଥିବାରୁ ମେଟାଲ କଂକ୍ରିଟ ଏବଂ ପାଣି ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରକାଶ କରି ପ୍ରତିଶ୍ରୁତି ଦେଇଛନ୍ତି l ଏଥି ସହିତ ଚିତ୍ରକୋଣ୍ଡା ସ୍ପୋର୍ଟ୍ସ କ୍ଲବ ତରଫରୁ ମିନି ଷ୍ଟାଡିଅମର ଜାଲି ଭାଙ୍ଗିଯାଇଥିବାର ଦେଖି ମରାମତି ଓ କ୍ଲବ ଘର ମରାମତି କରାଇବା ପାଇଁ ପ୍ରକାଶ କରିଥିଲେ l

nis-ad
Leave A Reply

Your email address will not be published.