ବିଦ୍ୟା ଷ୍ଟଡ଼ି ପଏଣ୍ଟର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା : ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଯୁକ୍ତ ଦୁଇ ବିଜ୍ଞାନ, କଳା ,ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉକ୍ତ ସଭାରେ ଛାତ୍ରଛାତ୍ରୀମାନେ ଅଧ୍ୟାପକ, ଅଧ୍ୟାପିକାମାନଙ୍କର ସ୍ନେହ,ଶ୍ରଦ୍ଧା ଓ ଶିକ୍ଷାଦାନର ମହତ୍ୱ ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ । ଭଲ ପାଠପଢି ଉତମ ଛାତ୍ରଛାତ୍ରୀ ହେବା ପାଇଁ ତଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ ଡ଼.ବସନ୍ତ କୁମାର ଦାସ,ଅଧ୍ୟାପକ ସତିନ୍ଦ୍ର ସିଂ,ରୋହିତ ସିଂ,ସୁନୀଲ ସାମଲ,ଚନ୍ଦ୍ର ଶେଖର ମୁନୀ ଯୋଗ ଦେଇଥିଲେ । ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କର ଗୁଣାବଳୀର ପ୍ରଶଂସା କରିବା ସହିତ ଆତ୍ମବିଶ୍ୱାସର ସହ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଛାତ୍ରଛାତ୍ରୀମାନଙ୍କର ଉଜ୍ୱଳ କାମନା କରିଥିଲେ । ଶେଷରେ ସରୋଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.