ମାନବିକତାର ପରିଚୟ ଦେଲେ ୨ ଯୁବକ : ହଜିଥିବା ପର୍ସ ଓ ଟଙ୍କା ଫେରାଇଲେ

ହିଞ୍ଜିଳିକାଟୁ : ହିଞ୍ଜିଳି ନେତାଜୀ ପାର୍କରୁ ପାଇଥିବା ପର୍ସ ସହିତ ୭ହଜାର ଦୁଇ ଶହ ପଚାଶ ଟଙ୍କା ଫେରାଇଲେ ପାର୍କ କୁ ଵୁଲିବାକୁ ଯାଇଥିବା ଆଙ୍କୋରଡା ଗ୍ରାମର ଦୁଇ ବନ୍ଧୁ। ଏପରି ଏକ ପରେ ମାନବିକତାର ପରିଚୟ ଦେଇଛନ୍ତି ହିଞ୍ଜିଳିକାଟୁ ଆଙ୍କୋରଡ଼ା ଗ୍ରାମର ଦୁଇ ବନ୍ଧୁ ଜୟନାୟକଙ୍କ ପୁଅ ରାହୁଲ ନାୟକ ୨୦ ଓ ସେହି ଗ୍ରାମର ଵନ୍ଧୁ ଅମେନ୍ଦ୍ର ସେଠୀ ୧୭ । ଊଭୟ ଵନ୍ଧୁ ସନ୍ଧ୍ୟାରେ ହିଞ୍ଜିଳି ନେତାଜୀ ପାର୍କ କୁ ବୁଲିବାକୁ ଯାଇଥିଲେ ପାର୍କ ମଧ୍ୟରେ ଏକ ପର୍ସ ପାଇଥିଲେ। ସେଥୁରେ ଟଙ୍କା ସହିତ ଏଟି ଏମ କାର୍ଡ ଓ ଜରୁରି କାଗଜ ସହ ଏକ ଫୋନ ନମ୍ବର ଲେଖାଥିଲା। ଉଭୟ ଵନ୍ଧୁ ଫୋନ ନମ୍ବର କଲ କରିଥିଲେ ଓ ଫୋନ ସୁଇଚ ଅଫ ଥିଲା। ସେଠାରେ ଥିବା ଅନ୍ୟ ଛୋଟ ଓ ବଡ ମାନଙ୍କୁ ପଚାରି ବୁଝିଥିଲେ। ନିରାଶ ପରେ ମାନବିକ ଦୃଷ୍ଟିରୁ ହିଞ୍ଜିଳି କାଟୁ ଥାନାରେ ଏସ ଆଈ ରାଜନ ଵିଷୋଇ ଙ୍କୁ ପର୍ସ ଦେବା ସହ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ହିଞ୍ଜିଳିକାଟୁ ଥାନାରେ ଏସଆଇ ଫୋନ ନମ୍ବରକୁ କଲ କରିଥିଲେ ଓ ହିଞ୍ଜିଳିକାଟୁ ଥାନାକୁ ଆସି ପର୍ସ ସହିତ ଟଙ୍କା ନେବାକୁ କହିଥିଲେ। ଉକ୍ତ ଯୁବକ ହେଉଛନ୍ତି ହିଞ୍ଜିଳିକାଟୁ ବ୍ଳକ ନୁଆ ବୁରୁପଡା ଗ୍ରାମର ପଚୁଁ ସ୍ଵାଇଁ ଙ୍କ ପୁଅ ହାଡୁବନ୍ଧୁ ସ୍ବାଇଁ। ହାଡୁ ବନ୍ଧୁ ପର୍ସ ହଜିବା ପରେ ଚିନ୍ତାଗ୍ରସ୍ତ ରହିଥିଲେ ବାଟରେ କେଉଁଠି କେମିତି ପଡିଥିଲା ସେ ଜାଣି ନଥିଲେ। ଟଙ୍କା ସହ ପର୍ସ ପାଇବା ପରେ ହାଡୁବନ୍ଧୁ ଆଙ୍କୋରଡା ଗ୍ରାମର ରାହୁଲ ଓ ଅମେନ୍ଦ୍ର ଦୁଇ ବନ୍ଧୁ ଓ ହିଞ୍ଜିଳିକାଟୁ ଥାନା ଏଏସ ଆଇ ରାଜନ ବିଷୋଈ ଙ୍କୁ ଧନ୍ୟବାଦ ଜଣାଇବା ସହ ସାଧୁବାଦ ଜଣାଇଛନ୍ତି।

nis-ad
Leave A Reply

Your email address will not be published.