ଭୟଙ୍କର ଲହଡି ରେ ଡଙ୍ଗା ଅଚଳ ଯୋଗୁଁ ଫସିଲେ ୧୧ ମତ୍ସ୍ୟଜୀବୀ, ସ୍ୱତନ୍ତ୍ର ହେଲିକପ୍ଟର ସାହାସିକତାର ସହ ସୁରକ୍ଷିତ ଭାବେ ଉଦ୍ଧାର କଲା


ଚିକିଟି : ଚିକିଟି ବ୍ଲକ ସୁନପୁର ବେଳାଭୂମି ନିକଟରେ ମାର୍କଣ୍ଡି ର ୧୧ ଜଣ ମତ୍ସ୍ୟଜୀବୀ ପ୍ରଶାସନ ର ବାରଣ ସତ୍ତ୍ୱେ ମାଛ ଧରିବା ପାଇଁ ଯାଇ ଡଙ୍ଗା ଫ୍ୟାନ ଖରାପ ଯୋଗୁଁ ଖାଲ ଅଞ୍ଚଳରେ ଭୟଙ୍କର ଲହଡ଼ି ଯୋଗୁଁ ଫସିଯାଇଥିଲେ । ସକାଳ 9 ଟାରୁ ସେମାନେ ଫସିଥିଲେ ମଧ୍ୟ ଆସାନି ପ୍ରଭାଵ ରେ ଭୟଙ୍କର ଲହଡ଼ି ରେ ଆଗକୁ ଆସିବା ରେ ସକ୍ଷମ ହୋଇପାରିନଥିଲେ ଏବଂ ସ୍ଥାନୀୟ ଲୋକମାନେ ଏବଂ ଉଦ୍ଧାର କାରୀ ଦଳ ମଧ୍ୟ ସାହାସ କରି ପାରିନଥିଲେ ଉଦ୍ଧାର କରିବା ପାଇଁ।ଇକୋ ରିଟ୍ରିଟ ଠାରୁ ଏକ କିଲୋମିଟର ଦୂର ରେ ଏ ଅଘଟଣ ଘଟିଥିଲେ ସୁଦ୍ଧା ଅଗ୍ନିଶମ, କୋଷ୍ଟ ଗାର୍ଡ, ଓଡ୍ରାଫ ଟିମ ପ୍ରବଳ ଚେଷ୍ଟା କରି ବିଫଳ ହୋଇଥିଲା।ବ୍ରହ୍ମପୁର ଡେପୁଟି ମେୟର ଟି. ବିବେକ ରେଡ଼ି ଘଟଣା ପରେ ମୁଖ୍ୟମନ୍ତ୍ରୀ ଙ୍କରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ ଙ୍କୁ ତୁରନ୍ତ ଖବର ଦେଇଥିଲେ।ଶ୍ରୀ ଦାସ ରାଜ୍ୟ ସ୍ଵତନ୍ତ୍ର ରିଲିଫ କମିଶନର ଙ୍କ ଶହ ଯୋଗା ଯୋଗ କରି ଡେପୁଟି ମେୟର ଙ୍କୁ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ।ପରେ କୋଷ୍ଟ ଗାର୍ଡ ହେଲିକ୍ୟାପ୍ଟର ୧୧ ଜଣ ମତ୍ସ୍ୟଜୀବୀ ଙ୍କୁ ଅସାନି ର ପ୍ରତିକୂଳ ପ୍ରଭାବ ସତ୍ତ୍ୱେ ସାହାସିକତା ର ସହ ସନ୍ଧ୍ୟା ପୂର୍ବରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।ଉଦ୍ଧାର ମତ୍ସ୍ୟଜୀବୀ ମାନେ ହେଲେ ଡି. ବାଲାଜୀ(22),w.ଅନନ୍ତ(25),ଡି.ଡମ୍ବୁରୁ(25),ଏସ. ତୁଳସାୟା ରାଓ(30),ଏମ. କାମେୟା(36),ଏମ. ଭୀମାରାଓ(36),ଏସ. ଜଗା(28),ଡି.କେସା ରାଓ(26),ଡି. ଡମ୍ବୁରୁ(42),ବି. ଯୋଗେଶ(45).ଉଦ୍ଧାର ମତ୍ସ୍ୟଜୀବୀ ମାନେ ରଙ୍ଗେଇଲୁଣ୍ଡା ଅଞ୍ଚଳ ମାର୍କଣ୍ଡି ଗ୍ରାମ ର ବୋଲି ପ୍ରଶାସନ ସୂଚନା ଦେଇଛି।
ଘଟଣା ସ୍ଥଳ ରେ ଏଡିଏମ ପ୍ରିୟ ରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ କୀର୍ତ୍ତି ଭାସନ, ଚିକିଟି ତହସିଲଦାର ବିଶ୍ୱରଞ୍ଜନ କହଁର,ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସ, ରଙ୍ଗେଇଲୁଣ୍ଡା ବ୍ଲକ ବିଡ଼ିଓ ପ୍ରସନ୍ନ ପାତ୍ର,ତହସିଲଦାର ମୋନାଜ କୁମାର ଖୁଜୁର, ଚିକିଟି ଅତିରିକ୍ତ ତହସିଲଦାର କୁଲଦୀପ କୁମାର,ବ୍ରହ୍ମପୁର ସଦର ଏସ ଡି ପି ଓ,ଆଇ ଆଇ ସି ଗୋଳନ୍ଥରା,ଆଇ ଆଇ ସି ମାରାଇନ ଥାନା ପ୍ରମୁଖ ଉପସ୍ଥିତ ଥିବା ବେଳେ ସହ ଶହ ଲୋକଙ୍କର ସୁଅ ଛୁଟିଥିଲା ଘଟଣା ସ୍ଥଳରେ।ଉଦ୍ଧାର ପରେ ଅଞ୍ଚଳ ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ତାଙ୍କ ରାଜନୈତିକ ପରାମର୍ଶ ଦାତା ଗୋପବନ୍ଧୁ ଦାସ,ଜିଲ୍ଲା ପ୍ରଶାସନ, ଉଦ୍ଧାର କାରୀ ଦଳ କୁ ଧନ୍ୟବାଦ ଜଣେଇଛନ୍ତି।

nis-ad
Leave A Reply

Your email address will not be published.