ଚିତ୍ରକୋଣ୍ଡା ବ୍ଲକରେ ୨୦ ଗୋଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ


ଚିତ୍ରକୋଣ୍ଡା :(୦୯/୦୫) : ମାଲକାନଗିରି ଜିଲ୍ଲା ପ୍ରଶାସନଙ୍କ ପୂର୍ବ ଯୋଜନା ମୁତାବକ ଆଜି ଚିତ୍ରକୋଣ୍ଡା ବ୍ଲକରେ ସଭାଗୃହ ଠାରେ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଙ୍ଗ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଯଥା-ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ଚିତ୍ରକୋଣ୍ଡା ବି.ଡ଼ି.ଓ. ଟି.ପଦ୍ମନାଭ ଦୋରା,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ,ପି.ଏ.-ଆଇ.ଟି.ଡି.ଏ. ତ୍ରିନାଥ ମାଝୀ, ଏସ.ଏସ.ସି.ଓ. ପଦ୍ମ ରଞ୍ଜନ ଦାସ, ଡି.ଡବ୍ଲୁ.ଓ. କୃପାସିନ୍ଧୁ ବେହେରା,ଆଡିସନାଲ ଏସ.ପି. ଓ.ପି.ଏସ. ବଳଭଦ୍ର ଦୀପ,ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ,ଆର.ଡବ୍ଲୁ.ଏସ.ଏସ. ର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ରାଉତ, ଏସ.ଡି.ଓ. ମନୋଜ କୁମାର ନାୟକ,ଡି.ଏସ.ଡବ୍ଲୁ. ଓ ଡି.ଏସ.ଏସ.ଓ, ବିଦ୍ୟୁତ ତଥା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ମୁଖ୍ୟ ଅଧିକାରୀ ମାନଙ୍କୁ ନେଇ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜି ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳର କୋଡିଏ ଗୋଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ ବିଶାଲ ସିଙ୍ଗ l ଅଭିଯୋଗ ଭିତରେ ମୁଖ୍ୟ ସମସ୍ୟା ଥିଲା ପାଣି ସମସ୍ୟା, ପରେ ବିଦ୍ୟୁତ ସମସ୍ୟା, ଚିତ୍ରକୋଣ୍ଡା ଠାରୁ ଅପରେଟ କଲୋନୀ ରାସ୍ତା, ଚିତ୍ରକୋଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଘର ଜରାଜୀର୍ଣ୍ଣ ଅବସ୍ଥା ଏବଂ ପୁରୁଷ ଓ ପ୍ରଧାନ ଶିକ୍ଷକ ଅଭାବ ଭଳି ବହୁ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଶୁଣାଣି କରାଯାଇଥିଲା l ପରେ ଜିଲ୍ଲାପାଳ ଚିତ୍ରକୋଣ୍ଡାର ବିଭିନ୍ନ ସମସ୍ୟା ଓ ଉନ୍ନୟନ କାମ ବୁଲି ଦେଖି ତଦାରଖ କରିଥିଲେ l

nis-ad
Leave A Reply

Your email address will not be published.