ଦଳିତଙ୍କ ଜାଗା ଓ ଘରକୁ ଜବରଦଖଲ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ତହସିଲ ଅଧୀନରେ ଯାଉଥିବା ଚକାପାଦ ମୌଜାର ଖାତା ନମ୍ବର-୨୪୯/୩୩୧,ପ୍ଲଟ ନମ୍ବର-୧୭୧୭/୩୧୨୩,ଏରିଆ ୦.୧୨୦ଆର କିସମ ଘରବାରି।ଏହି ଜମି ଓ ଘର ଜଣେ ଦଳିତ ହରିଜନ ସୁଶାନ୍ତ ନାୟକଙ୍କର । ଦୀର୍ଘ ବର୍ଷ ହେବ ସେ ଏହି ଜାଗାରେ ଘର କରି ଭଡ଼ା ସୂତ୍ରରେ ଖଗେଶ୍ବର ପାତ୍ରଙ୍କୁ ଦେଇଥିଲେ। ବର୍ତ୍ତମାନ ଏହି ଘରକୁ ଭାଙ୍ଗି ନୂତନ ଭାବରେ ନିର୍ମାଣ କରିବା ପାଇଁ ଘର ଛାଡିବାକୁ ଖଗେଶ୍ବରଙ୍କୁ କହିବାରୁ ଖଗେଶ୍ବର ଓ ତାଙ୍କର ଚାରିଭାଇ ସୁଶାନ୍ତଙ୍କୁ ମାରଣା ଧରି ବିଭିନ୍ନ ପ୍ରକାର ଗାଳି ଗୁଳଜ କରି ଥିଲେ | କନ୍ଧମାଳ ଜିଲ୍ଲାରେ ବହୁ ବାର ଜମିବାଡ଼ି ବିବାଦ ନେଇ ଅନେକ ଥର ଦଙ୍ଗା ସୃଷ୍ଟି ହେଇଛି। ଯଦି ଏହି ଘଟଣା କୁ ଜିଲ୍ଲା ପ୍ରଶାସନ, ରାଜସ୍ବ ବିଭାଗ ଓ ପୋଲିସ ପ୍ରଶାସନ ଗୁରୁତର ଭାବେ ଗ୍ରହଣନ କରନ୍ତି ତାହା ହେଲେ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ ବିଶୃଙ୍ଖଳାକୁ ଏଡ଼େଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.