ଏଥର ମହାସମାରୋହରେ ପାଳିତ ହେବ ଇଦ୍

ଭଦ୍ରକ: ପାଳନ ହେବ ସଂଖ୍ୟା ଲଘୁ ସମ୍ପ୍ରଦାୟର ପର୍ବ ଇଦ ଉଲ ଫିତର । ଦୀର୍ଘ ଏକ ମାସର ଉପବାସ ପରେ ଏହି ପର୍ବ ପାଳିତ ହୁଏ । ପବିତ୍ର ରମଜାନ ମାସର ଉପବାସ ପରେ ଦାନ ଓ ଧର୍ମର ପର୍ବ ଇଦ ଉଲ ଫିତର ବା ଇଦ ପାଳନ ହୋଇଥାଏ ।

ତେବେ ଭଦ୍ରକ ଜିଲ୍ଲାରେ ଏଥର ଇଦ ମହାସମାରୋହରେ ପାଳିତ ହେବ । କୋଭିଡ଼ କଟକଣା ପାଇଁ ଗତ ଦୁଇ ବର୍ଷ ହେବ ସାମୁହିକ ନମାଜ ପାଇଁ ଅନୁମତି ମିଳିନଥିଲା । ମାତ୍ର ୫ ଜଣ ଇଦଗାହ ଠାରେ ନମାଜ ପାଠ କରୁଥିଲେ । କିନ୍ତୁ ଏଥର ସାମୁହିକ ନମାଜ ଇଦଗାହ ଠାରେ ଆୟୋଜିତ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚାନ୍ଦ ଦର୍ଶନ ପରେ ଇଦ ପାଳିତ ହେବ ବୋଲି କହିଛନ୍ତି ଚଉଦ ମହଲା ମୁସଲିମ ଜମାତର ସଭାପତି ମହମ୍ମଦ ଅବଦୁଲ ବାରି।

nis-ad
Leave A Reply

Your email address will not be published.