ଡିଜିଟାଲ ମାର୍କେଟିଂ ତାଲିମ ଶିବିର ଅନୁଷ୍ଠିତ

ଫୁଲବାଣୀ : ଟିକାବାଲି ଠାରେ ବ୍ଲକ ସ୍ତରୀୟ ଡିଜିଟାଲ ମାର୍କେଟିଂ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ୍ ଶିବିର ରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଫ୍ଲିପ୍ କର୍ଟ, ଅମାଜନ ଓ ଭିଗମର୍ଟ ଭଳି ଆନ୍ତର୍ଜାତୀୟ ଡିଜିଟାଲ ବଜାରରେ ନିଜ ନିଜର ଦ୍ରବ୍ୟ ବିକିବା ନିମନ୍ତେ ଆଗାମୀ ୩ ଦିନ ଧରି ତାଲିମ୍ ଦିଆଯିବା ସହିତ ଉକ୍ତ ମାର୍କେଟ ଆପରେ ରେଜିଷ୍ଟର କରିବା ବ୍ୟବସ୍ଥା ମଧ୍ୟ କରାଯିବ ।
ଏହି ତାଲିମ୍ ଶିବିରରେ ବ୍ଲକ ଉନ୍ନୟନ ଅଧିକାରୀ, ଟିକାବାଲି ଶ୍ରୀ ଫକିର ଚରଣ ପରିଡ଼ା, ଜିଲ୍ଲା ପ୍ରକଳ୍ପ ସଂଯୋଜକ, କନ୍ଧମାଳ ଶ୍ରୀ ମିଶନ ଶକ୍ତି ଶ୍ରୀ ସୁନିଲ ମଳିକ, ସି ଡି ପି ଓ ଶ୍ରୀମତୀ ପାନମଣୀ ହାଁସଦା, ବ୍ଲକ ପ୍ରକଳ୍ପ ସଂଯୋଜକ ଶ୍ରୀ ମିଖାଏଲ୍ ପ୍ରଧାନ, ମିଶନ ଶକ୍ତି ଟ୍ରେନର ଅମିତ୍ ବେଦୀ ଓ ବ୍ଲକ ଲେଭେଲ ଟ୍ରେନର ଶ୍ରୀମତୀ ରିତା ସାହୁ ପ୍ରମୁଖ ତାଲିମ୍ ଶିବିରକୁ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.