କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ମଇ ଦିବସ ପାଳିତ 


ଫୁଲବାଣୀ : ଫୁଲବାଣୀ ଗାନ୍ଧୀ ସ୍ତୃତି ଭବନଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ମଇ ଦିବସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହର, ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ସ୍ମୀତାରଣି ମହାନ୍ତି,ରାଜ୍ୟ ସଂଘ ସାଧାରଣ ସଂପାଦକ ବେଣୁଧର ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା ଆଇଏଫ ଡବ୍ଲୁ ଯେ ପ୍ରସନ୍ନ ତ୍ରୀପାଠୀ , ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ବୃତ୍ତି ଗତ ସୁରକ୍ଷା ଉଚିତ ପାରିଶ୍ରମିକ ଯୋଗାଇ ଦେଲେ ସମ୍ବାଦ ପ୍ରକାଶ କରିବାରେ ଅଧିକ ସ୍ୱଛତା ଓ ନିରପେକ୍ଷତା ରହିବ ଓ ଏହା ଏକ ଶକ୍ତି ଶାଳି ରାଷ୍ଟ୍ର ଗଠନରେ ସହାୟତା ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ସେହିପରି ଏହି ଅବସରରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ପ୍ରଶାସକ ତଥା ଉପ ଜିଲାପାଳ ଶେଷଦେବ ମିଶ୍ର ଯୋଗ ଦେଇ ସାମ୍ବାଦିକ ମାନେ ସର୍ବଦା ସଠିକ ତଥ୍ୟ ପ୍ରକାଶ କରିବା ଓ ନିରପେକ୍ଷତା ଉପରେ ଧ୍ୟାନ ଦେବା ଜରୁରୀ ବୋଲି କହିଥିଲେ ।କନ୍ଧମାଳ ଜିଲ୍ଲା ସଂଘ ସଭାପତି ଡଃ.ଅରୁପ ଜେନା ଏଥିରେ ସଭାପତି ତ୍ଵ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟସ୍ତରୀୟ ଉତ୍ସବ କମିଟିର ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସଂଘ ସାଧାରଣ ସଂପାଦକ ଜୟସେନ ପରିଡ଼ା ସଂଘର ବାର୍ଷୀକ ବିବରଣୀ ପାଠ କରିଥିଲେ ।  ଅଶୋକ ପରି ଡା ଅତିଥି ପରିଚୟ ସାଙ୍ଗକୁ ମଞ୍ଚ ପରିଚାଳନା କରିଥିଲେ ।ଏହି ଅବସରରେ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ପରେପରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଏମଡି .ନାଜିର ଅ।ଖତାର, ମହାଦେବ ସାହୁ, ବିଜୟ ମହାନ୍ତି. ଡ ଅରୂପ ଜେନା, ରବି ଦାସ, ଶିଶିର ପଟ୍ଟନାୟକ ବିଦ୍ୟାଧର ପାଳ, ନାରାୟଣ ସାହୁ, ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସମାଜସେବା କ୍ଷେତ୍ରରେ ସ୍ଵାତୀର ସମ୍ପାଦକ ହରି ଶଙ୍କର ରାଉତ, ଶାନ୍ତି ମୈତ୍ରୀ , ବନବାସୀ ସେବା ସମିତିର ସମ୍ପାଦକ ରବୀନ୍ଦ୍ର ପଣ୍ଡା, ସାହାରାର ସୁଶାନ୍ତ ନାୟକ ସମେତ ୪ ଟି ଓଡ଼ିଆ ସିନେମା ନିର୍ମାଣ କରୁଥିବା ପ୍ରଯୋଜକ ଓ ସିନେ ଅଭିନେତା ପ୍ରଶାନ୍ତ 
ନାଏକ, କଣ୍ଠ ଶିଳ୍ପି ଜଳନ୍ଧର ବେହେରା ପ୍ରମୂଖ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ସାମ୍ବାଦିକ ଶିଶିର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ 

nis-ad
Leave A Reply

Your email address will not be published.