ଗଣମାଧ୍ୟମରେ ପ୍ରକାଶିତ ପରେ, ସିମନବାଡ଼ି ପଞ୍ଚାୟତରେ ଗ୍ରାମସଭା ବୈଠକ

ଦାରିଙ୍ଗବାଡ଼ି,୨୮/୪ : ରବିବାର ଦିନ ହେବାକୁ ଥିବା ଗ୍ରାମସଭା ବୈଠକ ବୁଧବାର ଦିନ ସିମନବାଡ଼ି ପଞ୍ଚାୟତରେ ଗ୍ରାମସଭା ବୈଠକ ଆୟୋଜିତ ହୋଇଥିଲା । ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ରବିବାର ଦିନ ଗ୍ରାମସଭା ବୈଠକ ହୋଇନଥିବା ନେଇ ନାଏବ ସରପଞ୍ଚ ଏସ. ସୁନୀଲ କୁମାର ସୁବୁଦ୍ଧି ଙ୍କ ସମେତ ଅଂଚଳବାସୀଙ୍କ ଅଭିଯୋଗ ନେଇ ମଙ୍ଗଳବାର ଦିନ ବିଭିନ୍ନ ଗଣମାଧ୍ୟରେ ଖବର ପ୍ରକାଶ ପାଇବା ପରେ ବୁଧବାର ଦିନ ସରପଞ୍ଚ ଅମିତା ପ୍ରଧାନଙ୍କ ସଭାପତିତ୍ୱ କ୍ରମେ ଗ୍ରାମସଭା ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ବେହେରା ପରିଚାଳନା କରିବା ସହ ନୂତନ ଭାବେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ପଞ୍ଚାୟତ ଅଂଚଳର ବିକାଶ କରିବା ନିମନ୍ତେ ସଂକଳ୍ପ କରାଇଥିଲେ । ବଜାର ସାହିର ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ଆଲୋଚନା ହେବା ସହ ପଞ୍ଚାୟତରେ କିଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା । ଏଥି ସହିତ ଯଥା ଶୀଘ୍ର ପ୍ରତି ୱାର୍ଡରେ ପଲ୍ଲୀସଭା ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ନାଏବ ସରପଞ୍ଚଙ୍କ ପ୍ରଚେଷ୍ଟା କ୍ରମେ ଏହି ବୈଠକ ହୋଇଥିବା ଯୋଗୁଁ ଅଂଚଳବାସୀ ନାଏବ ସରପଞ୍ଚଙ୍କୁ ସାଧୁବାଦ ଜଣାଇଥିଲେ । ବୈଠକରେ ନାଏବ ସରପଞ୍ଚ ଏସ.ସୁନୀଲ କୁମାର ସୁବୁଦ୍ଧି,ଜିଆରଏସ ବିଜୟ ସାହୁ ସମେତ ୱାର୍ଡମେମ୍ବର,ଗାଁ ସାଥି ଓ ଜନସାଧାରଣ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.