ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ମହା ସମାରୋହରେ ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡଃ ଏସ୍ ମୁରଲୀଧର ସାରା ଓଡ଼ିଶା ର ଆଇନଜୀବୀ ମାନଙ୍କୁ ଆଭାଷୀ କାର୍ଯ୍ୟକ୍ରମ ଜରିଆରେ ଉଦବୋଧନ ଦେଇ ମଧୁବାବୁ ଆଇନଜୀବୀ ମାନଙ୍କ ପ୍ରେରଣା ର ଉତ୍ସ ବୋଲି କହିଥିଲେ। ଆଇନ ଭିତ୍ତିଭୂମି ର ବିକାଶ ପାଇଁ ନିରନ୍ତର ଉଦ୍ୟମ ଚାଲିଛି ଓ ଏହି ପରିପ୍ରେକ୍ଷୀରେ ଓଡ଼ିଶା ର ସମସ୍ତ ଜିଲ୍ଲାର କୋର୍ଟ ଗୃହ ଗୁଡ଼ିକ ଆଧୁନିକ ଶୈଳୀରେ ନିର୍ମିତ ହୋଇସାରିଛି ଓ ଆଗକୁ ନ୍ୟାୟ ସେବାରେ କିଭଳି ଉନ୍ନତି ହେଇପାରିବ ସେଥିପ୍ରତି ହାଇକୋର୍ଟ ଦୃଷ୍ଟି ଦେବେ ବୋଲି ସେ’ କହିଥିଲେ। ଏହି ଅବସରରେ ଯୁବ ଆଇନଜୀବୀ ମାନଙ୍କୁ ଆଇନ ବୃତ୍ତିରେ ଉତ୍ସାହିତ କରିବା ପାଇଁ ମୁଖ୍ୟ ବିଚାରପତି “ଓଡ଼ିଶା ହାଇକୋର୍ଟ ପ୍ରମିଜିଙ୍ଗ ଲୟର୍” ନାମରେ ଏକ ଯୋଜନା ଘୋଷଣା କରିଥିଲେ।

ଏହି ଯୋଜନାରେ ପ୍ରତିବର୍ଷ ପ୍ରତ୍ୟେକ ଜିଲ୍ଲା ର ଜଣେ ଆଇନଜୀବୀ ଙ୍କୁ ନିଜ ବୃତ୍ତିଗତ ଦକ୍ଷତା ପାଇଁ ଦଶହଜାର ଟଙ୍କା ର ଆଇନ ପୁସ୍ତକ ସହ ଉତ୍ତରୀୟ ଏବଂ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଏଥିପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଜଜ୍, ଆଇନଜୀବୀ ସଂଘ ସଭାପତି ଓ ଦୁଇ ଜଣ ବରିଷ୍ଠ ଆଇନଜୀବୀ ଙ୍କ କମିଟି ଗଠନ କରାଯାଇ ନିଷ୍ପତ୍ତି ନିଆଯିବ। ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସଞ୍ଜୀବ ଦୁବେ ଯୋଗ ଦେଇ ଆଜିର ନୂତନ ଓଡିଶା ମଧୁବାବୁଙ୍କ ଯୋଗୁଁ ସମ୍ଭବ ହୋଇଛି ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ର କୁଳପତି ପ୍ର. ଡଃ ଶରତ କୁମାର ପାଲିତ ଯୋଗ ଦେଇ ଆଇନଜୀବୀ ମାନଙ୍କ ପ୍ରତି ମଧୁସୂଦନ ଙ୍କ ଅବଦାନ ସମ୍ଵନ୍ଧରେ ଆଲୋକପାତ କରିଥିଲେ। ପରିବାର ଅଦାଲତ ବିଚାରପତି ଡଃ ମୁନ୍ ରାଣୀ ମିଶ୍ର ଓ ରାଜ୍ୟ ଆଇନଜୀବୀ ପରିଷଦ ର ପୂର୍ବତନ ସଦସ୍ୟ ବିଷ୍ଣୁ ପ୍ରସାଦ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ପ୍ରତି ଓ ଆଇନଜୀବୀ ଙ୍କ ପ୍ରତି ମଧୁସୂଦନ ଦାସଙ୍କ ଜୀବନ ପୂର୍ଣ୍ଣ ସମର୍ପିତ ଥିଲା ବୋଲି କହିଥିଲେ । ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରାମ ପ୍ରସାଦ ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ଖାଡଙ୍ଗା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ବିଜୟ କୁମାର ମିଶ୍ର, ଆଇନଜୀବୀ କୁଞ୍ଜ ବିହାରୀ ଦାଶ ଓ କିଶୋରୀ ପଟ୍ଟନାୟକ ମଧୁସୂଦନ ଦାସଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ପ୍ରଭାତରେ ସହର ମଧ୍ୟରେ ଥିବା ମଧୁସୂଦନ ପ୍ରତିମୂର୍ତ୍ତୀରେ ଓ ନୂତନ ଓ ପୁରାତନ କୋର୍ଟ ପରିସରରେ ଥିବା ପ୍ରତିମୂର୍ତ୍ତୀରେ ସଂଘ ତରଫରୁ ଓ କୋର୍ଟ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସଂଗୀତ ଶିକ୍ଷକ ଓ ଜିଲ୍ଲା ସାଂସ୍କୃତିକ ସଂଘର ଛାତ୍ରୀ ମାନେ ଉତ୍କଳ ବନ୍ଦନା ପରିବେଷଣ କରିଥିଲେ ଓ ଆଇନଜୀବୀ ସୁବୋଧ ଚନ୍ଦ୍ର ବେନ୍ୟା ସଂଗୀତ ଗାନ କରିଥିଲେ। ଶେଷରେ ଉପ ସଭାପତି ବିଧୁ ଶେଖର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଅତିରିକ୍ତ ଜିଲ୍ଲା ଜଜ୍ ନିରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲା ଜଜ୍ ଶିବ ପ୍ରସାଦ ମିଶ୍ର, ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ, ଏସ୍ ଡି ଜେ ଏମ୍ ପ୍ରିୟରଞ୍ଜନ ଓଝା, ଯୁଗ୍ମ ସମ୍ପାଦକ ଅନୀଲ ଜ୍ୟୋତି ଚନ୍ଦ୍ର ଦୀନବନ୍ଧୁ, କୋଷାଧ୍ୟକ୍ଷ ବାଲାଜୀ ପ୍ରସାଦ ମିଶ୍ର, କାର୍ଯ୍ୟ କାରିଣୀ ସଦସ୍ୟ ବିରେନ୍ଦ୍ର କୁମାର ନାୟକ, ଉମେଶ ଚନ୍ଦ୍ର ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରବିନ୍ଦ୍ର ଜଗନ୍ନାଥ ନାୟକ, ନରେନ୍ଦ୍ର ମହାପାତ୍ର, ଆଇନଜୀବୀ ସି. ଏଚ୍. ବାବା ଯୁଗନ୍ଧର, ରବିନ୍ଦ୍ର ପ୍ରସାଦ ପାଢ଼ୀ, ରବି ପ୍ରସାଦ ଶତପଥୀ, ସୁଧାକର ପଟ୍ଟନାୟକ, ଗଜପତି ପଟ୍ଟନାୟକ, ସମରେଶ ଗନ୍ତାୟତ, ଜେନିଫର ସୁନା, ସ୍ନେହଲତା ଦେବୀ, ଅନୁପମା ଗନ୍ତାୟତ, ମିନାକ୍ଷୀ ପାଢ଼ୀ, ପ୍ରଫୁଲ୍ଲ ସିଂ, ହରି ନାରାୟଣ ବେହେରା, ପ୍ରଦୀପ ସାହୁ, ଶ୍ରୀନିବାସ ପାତ୍ର, ଦିଲ୍ଲୀପ ବେହେରା, ଦେବୀ ପ୍ରସାଦ ସିଂ, ଆସେର ଜାନୀ, ତ୍ରିପତି ମାଝୀ, ହେମନ୍ତ ସ୍ୱାଇଁ, ଶ୍ରୀକାନ୍ତ କୁମାର ପଣ୍ଡା, ଶର୍ମିଷ୍ଠା ରଥ, ସୁରଭି ତ୍ରିପାଠୀ, ମିନତି ମହାପାତ୍ର, ପଙ୍କଜିନୀ ତ୍ରିପାଠୀ, ରାକ୍ଷୀ ଜୈନ, ସନ୍ଧ୍ୟା ରାଣୀ ପଣ୍ଡା, ସୁଦର୍ଶନ ପାତ୍ର, ସୁରଜ ନାୟକ, ସନ୍ଦୀପ ମିଶ୍ର, ସିରାଜୁଦ୍ଧିନ ଅହମ୍ମଦ, ଅବନୀ କାନ୍ତ ଦାଶ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ମହମ୍ମଦ ତାଜ ଇମ୍ରାନ ସରିଫ, ତାରିଣୀ କୁମାର ଦାଶ, ଅରୁଣ ପ୍ରସନ୍ନ ନାୟକ, ଦେବେନ୍ଦ୍ର ହରିଜନ, ତପନ ପାଣିଗ୍ରାହୀ, ସନ୍ତୋଷ ମିଶ୍ର,ମୁରଲି ପଟ୍ଟନାୟକ ଓ ସରୋଜ ବେହେରା ପ୍ରମୁଖ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.