କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ସୁର, କହିଲେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ

ଭୁବନେଶ୍ୱର: କଂଗ୍ରେସ ନେତା ସୁରେଶ ରାଉତରାୟ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ସେ କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କରିଛନ୍ତି। ପୁଣି ଥରେ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ସେହି କଥାକୁ କହଛନ୍ତି। ସୁର କହିଲେ, ଏ ଦୁହେଁ ବି ପିସିସି ସଭାପତି ନେଇ ନବୀନଙ୍କ କଥା କହିଥିଲେ। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନି।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଦିନକୁ ୧୮ ଘଣ୍ଟା କାମ କରୁଛୁ । ତାରା, ସାଲୁଜା ବହୁ ବିଶୃଙ୍ଖଳିତ ମନ୍ତବ୍ୟ ଦେଇଛନ୍ତି, ସେମାନଙ୍କ ପାଇଁ ଶୃଙ୍ଖଳା କମିଟି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ବରିଷ୍ଠ କଂଗ୍ରେସ ନେତ ରାଉତରାୟଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୋଟିସ ଜାରି କରିଥିଲେ । ଦଳର ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ସୁରଙ୍କୁ ଜବାବ ତଲବ କରିଥିଲେ। ନିକଟରେ ସୁର ପିସିସି ସଭାପତି ନିଷ୍ପତ୍ତି ନବୀନ ନିଅନ୍ତି ବୋଲି ଗଣମାଧ୍ୟମ ଆଗରେ କହିଥିଲେ । ନିରଞ୍ଜନଙ୍କ ନୋଟିସ ପରେ ସୁର ବୁଧବାର ଏହାର ଲିଖିତ ଜବାବ ରଖିଛନ୍ତି ।

nis-ad
Leave A Reply

Your email address will not be published.