ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡାଇ ନେଲେ ସହଯୋଗୀ

ବାଲେଶ୍ବର: ବେଆଇନ ମଦ କାରବାର କରୁଥିବା ଅଭିଯୁକ୍ତକୁ ଗିରଫ କରି ଆଣିବା ବେଳେ ଅବକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କଲା ଅଭିଯୁକ୍ତର ସହଯୋଗୀ । ଅଭିଯୁକ୍ତକୁ ଖସାଇବା ସହ ଚମ୍ପଟ ମାରିଲା ଆକ୍ରମଣକାରୀ । ସେପଟେ ଅବକାରୀ କର୍ମଚାରୀଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ତୁଡ଼ିଗଡ଼ିଆରେ ଏଭଳି ଘଟଣା ଘଟିଛି ।

କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ମଙ୍ଗଳବାର ରାତିରେ ଖଇରା ଥାନା ମହତିପୁର ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ମଦ, ଏକ ସ୍କୁଟି ସହ ଜଣେ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରି ଫେରୁଥିବା ବେଳେ ତୁଡ଼ିଗଡ଼ିଆ ନିକଟରେ ମଦ ବେପାରିର ସହଯୋଗୀମାନେ ଅବକାରୀ କର୍ମଚାରୀଙ୍କ ଉପରକୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିଥିଲେ ।

ଏହାପରେ ଜବତ ସ୍କୁଟି ସହ ଅଭିଯୁ୍କ୍ତକୁ ନେଇ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଅବକାରୀ କର୍ମଚାରୀ ବସନ୍ତ ମଲ୍ଲିକଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦିନକୁ ଦିନ ଖଇରା ଅଞ୍ଚଳରେ ମଦ ମାଫିଆଙ୍କ ପ୍ରାଦୁର୍ଭାଵ ବଢିଚାଲିଛି । ସେପଟେ ସ୍ଥାନୀୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ଫେଲ୍‌ ମାରିଛି ।

nis-ad
Leave A Reply

Your email address will not be published.