ସାମାନ୍ୟ ବଚସାରୁ ଗୁଳି ମାଡ଼, ଦୋକାନୀ ଗୁରୁତର ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖଡିବାହାଳି ଛକରେ ଜଣେ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ସୂଚନା ଅନୁଯାୟୀ ଖଡିବାହାଳି ଛକରେ ଜଗବନ୍ଧୁ ମହାପାତ୍ରଙ୍କର ଏକ ଦୋକାନ ରହିଛି। ଗତକାଲି ରାତିରେ ଜଗବନ୍ଧୁ ଦୋକାନ ବନ୍ଦ କରିବା ସମୟରେ ଦୁଇଜଣ ଯୁବକ ଦୋକାନକୁ ଯାଇ ସିଗାରେଟ ମାଗିଥିଲେ। ଏହି ସମୟରେ କୌଣସି କଥାକୁ ନେଇ ଜଗବନ୍ଧୁଙ୍କ ସହ ଯୁବକମାନେ ଯୁକ୍ତିତର୍କ କରିଥିଲେ।

କଥା ବଢ଼ିବା ପରେ ଜଣେ ଯୁବକ ଉତ୍‌କ୍ଷିପ୍ତ ହୋଇ ବନ୍ଧୁକ ବାହାର କରି ଜଗବନ୍ଧୁଙ୍କୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଥିଲେ। ଗୁଳିଟି ଜଗବନ୍ଧୁଙ୍କ ବେକରେ ବାଜିଥିଲା। ଗୁରୁତର ଅବସ୍ଥାରେ ଜଗବନ୍ଧୁଙ୍କୁ ପ୍ରଥମେ ହରିଚନ୍ଦନପୁର ଓ ପରେ କଟକ ସ୍ଥାନାନ୍ତର କରିଛି।

ଘଟଣା ଘଟାଇଥିବା ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

nis-ad
Leave A Reply

Your email address will not be published.