ରାଉରକେଲାରେ ଆୟୋଜିତ ଚିତ୍ରକଳା ଶିବିରରେ କଳାକାରଙ୍କୁ ସମ୍ମାନିତ କଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ…

ରାଉରକେଲା :(ବସନ୍ତ କୁମାର ଜେନା); ଗ୍ରୀଷ୍ମ ଉତ୍ସବ ଅବସରରେ ରାଉରକେଲା ରେ ଚାଲିଥିବା ଚିତ୍ରକଳା ଶିବିର ଉଦଯାପିତ ହୋଇଯାଇଛି । କଲଚରାଲ ଏକାଡେମୀ ପରିସରରେ ଚାଲିଥିବା ଏହି ତିନିଦିନିଆ ଉତ୍ସବର ଶେଷ ଦିନରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୦ ଜଣ କଳାକାରଙ୍କୁ ମୁଖ୍ୟ ଅତିଥି ମାନପତ୍ର , ଉପଢୌକନ , ପ୍ରତ୍ସାହନ ରାଶି ଆଦି ଦେଇ ସମ୍ମାନିତ କରିଥିଲେ । ଓଡିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ କଟକ , ପୁରୀ , ବାଲେଶ୍ୱର , ଭଦ୍ରକ , ମୟୁରଭଞ୍ଜ , ସୁନ୍ଦରଗଡ଼ ଆଦି ଜିଲ୍ଲାର କଳାକାର ମାନେ ଯୋଗଦେଇଥିଲେ । ମୂଖ୍ୟ ଅତିଥି ସଂସ୍କୃତି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କଳାକାର ମାନଙ୍କୁ ସମ୍ମାନିତ କରିବା ସହ ନଗଦ ୧୧ ହଜାର ଟଙ୍କା ପ୍ରତ୍ସାହନ ମୂଳକ ରାଶି ପ୍ରଦାନ କରିଥିଲେ।

nis-ad
Leave A Reply

Your email address will not be published.