ଦାଦାବଟି ମାଗି ବନ୍ଧା ହେଲେ ଶ୍ରୀମନ୍ଦିର ସେବାୟତ

ପୁରୀ: ଦାଦାବଟି ମାଗି ଗିରଫ ହେଲେ ସେବାୟତ । ଶ୍ରୀମନ୍ଦିର ସେବାୟତ ଲୋକଙ୍କୁ ଦାଦାବଟି ମାଗୁଥିବା ପୁରୀ ଟାଉନ ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ସେବାୟତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଗିରଫ ସେବାୟତ ଜଣକ ହେଉଛନ୍ତି ପୁରୀ ଟାଉନ ଥାନା ଅଧିନ ଗୁଡିଆ ସାହିର ଉନୁ ଓରଫ ଲୋକନାଥ ପୂଜାପଣ୍ଡା । ଲବଣିଖିଆ ଛକରେ ଥିବା ଦୋକାନୀଙ୍କ ସହ ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ଅଭିଯୁକ୍ତ ଲୋକନାଥ ଅଟକାଇ ବଟି ମାଗୁଥିଲେ । ଘଟଣା ନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ସମୟରେ ଅଭିଯୁକ୍ତ ଜଣକ ପୋଲିସକୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଠାରୁ ପୋଲିସ ଏକ ଲୁହା ରଡ୍ ଜବତ କରିଛି । ତେବେ ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।

nis-ad
Leave A Reply

Your email address will not be published.